ଘନ କୁହୁଡି ଯୋଗୁଁ  ମିନିଟ୍ରକକୁ ପଛରୁ ପିଟିଲା କାର୍ : ଦୁର୍ଘଟଣାରେ ୪ ଆହତ

128

କନକ ବ୍ୟୁରୋ : ଘନ କୁହୁଡି ଯୋଗୁଁ  ସଡ଼କ ଦୁର୍ଘଟଣା  । ଗଜପତି ଜିଲ୍ଲାର ମୋହନାରେ ସଡ଼କ ଦୁର୍ଘଟଣାରେ ୪ ଆହତ । ଆହତମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣା ପଡିଛି ।

ଗତକାଲି ବିଳମ୍ବିତ ରାତିରେ ଗଜପତି ଜିଲ୍ଲାର ପାଦ୍ରୀମା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡି ଯୋଗୁଁ  ମିନିଟ୍ରକ ପଛରେ ଏକ କାର ପିଟି ହେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଭାବେ ଆହତ ‌ହୋଇଥିବା ଜଣାପଡିିଛି ।  ସମସ୍ତ ଆହତମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଗତ ତିନିଦିନ ହେଲା ରାଜ୍ୟରେ ପ୍ରବଳ କୁହୁଡି ଲାଗି ରହିଛି । କୁହୁଡି ଯୋଗୁଁ ରାସ୍ତାର ୧୦୦ ମିଟର ଦୂରରୁ କିଛି ଦେଖାଯାଉନି। ଆଜି ମଧ୍ୟ ରାଜ୍ୟରେ ସମାନ ଅବସ୍ଥା । ଘନ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଯାନବାହନ ଚଳାଚଳରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି । ଏପରିକି ଘନ କୁହୁଡି ଯୋଗୁଁ ଅଘଟଣ ଆଶଙ୍କାରେ ରାତ୍ରୀକାଳନୀ ଗାଡିଗୁଡ଼ିକ ରାସ୍ତାକଡ଼ରେ ଅଟକି ରହିଥିବାର ଦେଖିବାକୁ ମିଳିଛି ।