ଅନୁଗୁଳ ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଦୁର୍ଘଟଣା: କାମ କରୁଥିବା ବେଳେ ଖସି ପଡିଲା ଫ୍ଲାସ ଓଭର; ୪ ଗୁରୁତର, ମେଡିକାଲରେ ଭର୍ତ୍ତି

234

କନକ ବ୍ୟୁରୋ: ଅନୁଗୁଳ ନାଲକୋ ସ୍ମେଲଟର ପ୍ଲାଂଟରେ ଦୁର୍ଘଟଣା । କାର୍ଯ୍ୟରତ ବେଳେ ଫ୍ଲାସ ଓଭର ଖସି ପଡି ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନାଲକୋ ପକ୍ଷରୁ ସମସ୍ତ ଚିକିତ୍ସା ଖର୍ଚ୍ଚ ଯୋଗାଇ ଦିଆଯାଇଛି । ଆହତଙ୍କ ମଧ୍ୟରେ ଜଣେ ମହିଳା, ୩ ଜଣ ପୁରୁଷ ଅଛନ୍ତି । ତେବେ ସର୍ଟ ସର୍କିଟରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଆଜି ସକାଳରେ କାଷ୍ଟ ହାଉସ ବି ବିଭାଗରେ ଥିବା ଉଚ୍ଚକ୍ଷମତା ବିଶିଷ୍ଟ ବିଦ୍ୟୁତ ପ୍ୟାନେଲ ବୋର୍ଡ କାମ ଚାଲିଥିବା ବେଳେ ହଠାତ ଫ୍ଲାସ ଓଭର ଖସି ପଡିଥିଲା। ଫଳରେ ବହୁ ମାତ୍ରାରେ ନିଆଁ ଝୁଲ ବାହାରି ଥିଲା । ଯାହାଦ୍ୱାରା ପାଖରେ ଥିବା କର୍ମଚାରୀ ନିଆଁରେ ସସ୍ପର୍ଶରେ ଚାଲିଆସିଥିଲେ । ତାଙ୍କ ଶରୀରର ୧୦୦ପ୍ରତିଶତ ଜଳିଯାଇଥିବାବେଳେ ପାଖରେ ଥିବା ୨ ଆପେଣ୍ଡିସ ଛାତ୍ରଙ୍କର ୫୦ପ୍ରତିଶତ ଜଳିଯାଇଛି। ଘଟଣାସ୍ଥଳରେ ଥିବା ଆଉ ଜଣେ ମହିଳା ନାଲକୋ କର୍ମଚାରୀଙ୍କ ଦୁଇ ହାତ ଓ ମୁହଁ ମଧ୍ୟ ପୋଡି ଯାଇଛି।