ରାଜଧାନୀର ମଂଚେଶ୍ୱର ଶିଳ୍ପାଂଚଳରୁ ଧରାପଡିଲେ ୪ଜଣ କୁଖ୍ୟାତ ଡକାୟତ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରେ ଧରାପଡିଲେ ୪ଜଣ କୁଖ୍ୟାତ ଡକାୟତ । ମଂଚେଶ୍ୱର ଶିଳ୍ପାଂଚଳରୁ ଗିରଫ ହୋଇଛନ୍ତିି ଏହି ଡକାୟତ ଦଳ। କୁଇକ୍ ଆକ୍ସନ ଟିମ୍ ଏମାନଙ୍କୁ ଗିରଫ କରିଛି । ଏକ ବଡ ଧରଣର ଡକାୟତି କରିବାକୁ ଯୋଜନା କରୁଥିବାବେଳେ ପୁଲିସ ସେମାନଙ୍କୁ ଧରିଛି । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ବହୁ ମାରଣାସ୍ତ୍ର ଜବତ କରିଛି ପୁଲିସ । ରସୁଲଗଡ ଶିଳ୍ପାଂଚଳରୁ ୬୦ଲକ୍ଷ ଟଙ୍କା ଲୁଟ୍ କରିବାକୁ ଯୋଜନା କରୁଥିଲେ ବୋଲି ଏମାନଙ୍କ ଠାରୁ ପ୍ରାଥମିକ ସୂଚନା ମିଳିଛି ।