ଭାରତୀୟ କ୍ରିକେଟ୍ କୋଚ୍ ତାଲିକାରେ ୱେଷ୍ଟଇଣ୍ଡିଜର ପୂର୍ବ ଓପନର୍ !

31

ଟିମ୍ ଇଣ୍ଡିଆର କୋଚ୍ ତାଲିକାରେ ସାମିଲ ହୋଇଛନ୍ତି ୱେଷ୍ଟଇଣ୍ଡିଜର ପୂର୍ବ ଓପନର୍ ଫିଲ୍ ସାଇମନ୍ସ । ଭାରତୀୟ କୋଚ୍ ହେବାକୁ ସେ କରିଛନ୍ତି ଆବେଦନ । ମିଳିଥିବା ଖବର ଅନୁସାରେ , ୫୪ ବର୍ଷୀୟ ସାଇମନ୍ସ ଆବେଦନ କରିଥିବା ସୂଚନା ବିସିସିଆଇ ଦେଇଛନ୍ତି । ୨୬ଟି ଟେଷ୍ଟ ଖେଳିସାରିଥିବା ଫିଲ୍ ସାଇମନ୍ସ କୋଚ୍ ଭାବେ ୨୦୦୪ରେ ଜିମ୍ବାୱେ ଟିମ୍ ସହ ଥିଲେ । ଏହା ଛଡା ସେ ଦୁଇଥର ୱେଷ୍ଟଇଣ୍ଡିଜ ଟିମର କୋଚ୍ ମଧ୍ୟ ହୋଇଛନ୍ତି । ତାଙ୍କର କୋଚ୍ କାର୍ଯ୍ୟକାଳ ଭିତରେ ୱେଷ୍ଟଇଣ୍ଡିଜ ୨୦୧୬ର ଟି-୨୦ ୱର୍ଲ୍ଡ କପ୍ ଜିତିଥିଲା । ଏହା ବ୍ୟତୀତ ସାଇମନ ଆୟରଲାଣ୍ଡର କୋଚ୍ ପଦରେ ମଧ୍ୟ ରହିଛନ୍ତି ।

ଅନିଲ୍ କୁମ୍ବଲେଙ୍କ ଇସ୍ତଫା ପରେ ଭାରତୀୟ କୋଚ୍ ଭାବେ ରବି ଶାସ୍ତ୍ରୀ , ଭେଙ୍କଟେଶ୍ ପ୍ରସାଦଙ୍କ ସହ ତୃତୀୟ ବ୍ୟକ୍ତି ଫିଲ୍ ସାଇମନ୍ସଙ୍କ ନାଁ ରହିଛି ଏବଂ ବିରେନ୍ଦ୍ର ସେହୱାଗ୍ , ଟମ୍ ମୁଡି , ଲାଲଚନ୍ଦ୍ର ରାଜପୁତ୍ , ରିଚାର୍ଡ ପାଇବସ୍ ଓ ଡୋଡ୍ଡା ଗଣେଷ ମଧ୍ୟ ପ୍ରଥମରୁ ଏହି ରେସରେ ସାମିଲ ଅଛନ୍ତି । ୧୦ ଜୁଲାଇରେ ଭାରତୀୟ କୋଚ୍ ଇଣ୍ଟରଭ୍ୟୁ ହେବାର ସୂଚନ ଦିଆଯାଇଛି । ଏହି ଇଣ୍ଟରଭ୍ୟୁ ମୁମ୍ବାଇରେ ଅନୁଷ୍ଠିତ ହେବ । ଖବର ଅନୁସାରେ ରବୀ ଶାସ୍ତ୍ରୀ ଟିମ୍ ଇଣ୍ଡିଆର କୋଚ୍ ତାଲିକାର ସବୁଠୁ ଆଗରେ ଅଛନ୍ତି । ତାଙ୍କୁ ହରେଇବା ମୁସ୍କିଲ୍ ବୋଲି ଶୁଣିବାକୁ ମିଳୁଛି । ଆଉ ଭାରତୀୟ ଅଧିନାୟକ ମଧ୍ୟ ଏହି କୋଚ୍ ପଦରେ ରବି ଶାସ୍ତ୍ରୀକୁ ଦେଖିବାକୁ ଚାହୁଁଛନ୍ତି ।
(ସୌଜନ୍ୟ – ଆଜଟକ୍)