ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ୍ ସିନିୟରଙ୍କ ୯୪ ବର୍ଷ ବୟସରେ ନିଧନ 

୧୯୮୯ ରୁ ୧୯୯୩ ଯାଏଁ ବୁସ୍ ଆମେରିକାର ୪୧ତମ ରାଷ୍ଟ୍ରପତି ହୋଇଥିଲେ।

125

ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍ ଡବ୍ଲୁ ବୁଶ୍ (ଜର୍ଜ ହର୍ବଟ ୱାକର୍ ବୁସ୍) ଙ୍କର ୯୪ ବର୍ଷରେ ଶୁକ୍ରବାର ସନ୍ଧ୍ୟାରେ ଦେହାନ୍ତ ଘଟିଛି ବୋଲି ତାଙ୍କ ପରିବାର ଘୋଷଣା କରିଛି। ପରିବାରର ମୁଖପାତ୍ର ଜିମ୍ ମ୍ୟାକଗ୍ରାଥ୍ କହନ୍ତି,ପତ୍ନୀ ବାର୍ବରା ବୁଶଙ୍କ ମୃତ୍ୟୁ ହେବାର ପ୍ରାୟ ୮ ମାସ ପରେ, ଶୁକ୍ରବାର ରାତି ୧୦ଟା ପରେ ପରେ ବୁସଙ୍କର ମୃତ୍ୟୁ ହୋଇଯାଇଛି।

ତାଙ୍କର ପୁତ୍ର ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁସ୍ କହିଥିବା ବକ୍ତବ୍ୟକୁ ଟ୍ୱିଟରରେେ ରିଲିଜ୍ କରି ପରିବାରର ମୁଖପାତ୍ର କହିଛନ୍ତି, କି “ଜେବ୍, ନିଲ୍, ମାର୍ଭିନ୍ ଡୋରୋ ଏବଂ ମୁଁ ଦୁଃଖର ସହ ଘୋଷଣା କରୁଛୁ ୯୪ଟି ଉଲ୍ଲେଖନୀୟ ବର୍ଷ ପରେ ଆମ ପ୍ରିୟ ବାପାଙ୍କର ଦେହାନ୍ତ ହୋଇଯାଇଛି।“

୧୯୮୯ ରୁ ୧୯୯୩ ଯାଏଁ ବୁସ୍ ଆମେରିକାର ୪୧ତମ ରାଷ୍ଟ୍ରପତି ହୋଇଥିଲେ। ତାଙ୍କ ପରେ ପୁଅ ଜର୍ଜ ଡବ୍ଲୁ ଆମେରିକାର ୪୩ତମ ରାଷ୍ଟ୍ରପତି ହୋଇଥିଲେ। ୧୯୯୧ରେ ଉପସାଗରୀୟ ଯୁଦ୍ଧରେ ସଫଳତା ପରେ ଜର୍ଜ ଏଚ୍ ଡବ୍ଲୁଙ୍କ ଜନପ୍ରିୟତା ବଢ଼ି ପୁଣି ହଠାତ୍ କମିଯାଇଥିଲା। ତାଙ୍କ ପରେ ରିପବ୍ଲିକାନ୍ ପରାସ୍ତ ହେଲା ଓ ଡେମୋକ୍ରାଟ୍ ବିଲ୍ କ୍ଲିନଟନ୍ କ୍ଷମତାକୁ ଆସିଲେ।

ବୁସ୍ ଦ୍ୱିତୀୟ ବିଶ୍ୱଯୁଦ୍ଧର ନାୟକ, ଟେକ୍ସାସ୍ କଂଗ୍ରେସ, ସିଆଇଏ ନିର୍ଦେଶକ ଏବଂ ରୋନାଲ୍ଡ ରିଗାନଙ୍କ ଉପରାଷ୍ଟ୍ରପତି ଥିଲେ। ବୁସଙ୍କ ବ୍ୟତୀତ ଅନ୍ୟତମ ଆମେରିକୀୟ ରାଷ୍ଟ୍ରପତି ଜନ୍ ଆଡାମସଙ୍କର ପୁଅ ବି ଆମେରିକାର ରାଷ୍ଟ୍ରପତି ହୋଇଥିଲେ।