ଦିଲ୍ଲୀ ଏମ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ : ରୁଟିନ୍ ଚେକଅପ ପାଇଁ ଏମ୍ସ ଯାଇଥିବା ସୂଚନା

44

କନକ ବ୍ୟୁରୋ: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏମ୍ସର ନିର୍ଦ୍ଦେଶକଙ୍କ ତତ୍ୱାବଧାନରେ ବାଜପେୟୀଙ୍କ ଚିକିତ୍ସା କରାଯିବ । ୯୩ ବର୍ଷିୟ ବାଜପେୟୀ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ବାଜପେୟୀ ଭାରତର ୧୦ମ ପ୍ରଧାନମନ୍ତ୍ରୀ ଭାବେ ୧୯୯୬ରେ ଦାୟିତ୍ୱ ଗ୍ରହଣ କରିଥିଲେ । ହେଲେ ମାତ୍ର ୧୩ ଦିନ ପରେ ପଦରୁ ଇସ୍ତଫା ଦେଇଥିଲେ । ୧୯୯୮ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଏବଂ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ପରା ୫ବର୍ଷ ପ୍ରଧାନମନ୍ତ୍ରୀ ରହିଥିଲେ ।

ବାଜପେୟୀ ୧୦ଥର ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ୨ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ବାଜପେୟୀ ଜନସଂଘର ପ୍ରତିଷ୍ଠାତା ସଦସ୍ୟ ଥିଲେ । ଏବଂ ୧୯୮୦ରେ ଭାରତୀୟ ଜନତା ପାର୍ଟି ଗଠନ କରିଥିଲେ । ତାଙ୍କୁ ୨୦୧୪ ଡିସେମ୍ବରରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେ ଅସୁସ୍ଥ ଥିବାରୁ ୨୦୧୫ ମାର୍ଚ୍ଚ ୨୭ ତାରିଖରେ ତାଙ୍କ ବାସଭବନକୁ ଯାଇ ତକ୍ରାଳିନ ରାଷ୍ଟ୍ରପତି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ । ତାଙ୍କ ଜନ୍ମ ଦିବସ ଡିସେମ୍ବର ୨୫କୁ ସାରାଦେଶରେ ଗୁଡ୍ ଗଭର୍ଣ୍ଣାସ ଡେ ଭାବେ ପାଳନ କରାଯାଉଛି ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଜପେୟୀଙ୍କୁ ରୁଟିନ ଚେକ୍‌ଅପ୍‌ ପାଇଁ ଏମ୍‌ସରେ ଭର୍ତ୍ତି କରାଯାଇଛି। ୨୦୦୯ ମସିହାରୁ ହ୍ଵ୍ଵିଲ ଚେୟାରେ ଥିବା ବାଜପେୟୀଙ୍କର ରୁଟିନ ଚେକ୍‌ ଅପ୍‌ ତାଙ୍କ ବାସଭବନରେ କରାଯାଉଥିଲା। ମାତ୍ର ବର୍ତ୍ତମାନ ପରିସ୍ଥିତିରେ ଘରେ ଆଉ ରୁଟିନ ଚେକ୍‌ ଅପ୍‌ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ୍‌ ହେଉ ନ ଥିବାରୁ ତାଙ୍କୁ ଏମ୍‌ସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛିି। ଏମ୍‌ସରେ ଶ୍ରୀ ବାଜେପେୟୀଙ୍କ ସ୍ୱାସ୍ଥ୍ୟର ଦେଖାଶୁଣା ଏମ୍‌ସ ଡାଇରେକ୍ଟର ରଣଦୀପ ଗୁଲରିଆଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ କରିବେ।

 

୯୩ ବର୍ଷ ବୟସ୍କ ଅଟଳ ବିହାରୀ ବାଜପେୟୀ ବର୍ତ୍ତମାନ ବିଭିନ୍ନ ଶରୀରିକ ସମସ୍ୟା ଦେଇ ଗତି କରୁଛନ୍ତି। ବିଶେଷ କରି ସେ ବର୍ତ୍ତମାନ କାହାକୁ ଚିହ୍ନି ପାରୁ ନାର୍ହାନ୍ତି କିମ୍ବା ତାଙ୍କର କିଛି ମନେ ରହୁନାହିଁ। ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ସେ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ପୂର୍ଣ୍ଣକାଳୀନ ସରକାର ଗଠନ କରିବାରେ ସକ୍ଷମ ହୋଇଛନ୍ତି । ଉତ୍ତର ପ୍ରଦେଶର ଲକ୍ଷ୍ନୌ ଲୋକସଭା ଆସନରୁ ବାରମ୍ବାର ବିଜୟୀ ହେବା ସହିତ ବାଜପେୟୀ ତିନି ଥର ଭାରତର ପ୍ରଧାନମନ୍ତ୍ରୀ ଦାୟିିତ୍ୱ ନେଇଛନ୍ତି। ପ୍ରଥମ ଥର ୧୩ ଦିନ, ଦ୍ୱିତୀୟ ଥର ୧୩ ମାସ ଓ ତୃତୀୟ ଥର ପୂର୍ଣ୍ଣକାଳୀନ ସରକାର ଚଳାଇ ସେ ଅଣକଂଗ୍ରେସ ରାଜନୀତିର ଅନନ୍ୟ ଇତିହାସର ପାତ୍ର ହୋଇଛନ୍ତି। ଭାରତଛାଡ଼ ଆନ୍ଦୋଳନରେ ଜଡିତ ହୋଇ ଭାରତୀୟ ରାଜନୀତିରେ ପ୍ରବେଶ କରିଥିବା ଶ୍ରୀ ବାଜପେୟୀ ଜଣେ ପ୍ରଚଣ୍ଡ ବାଗ୍ମୀ ଓ କବି ଭାବେ ବେଶ ଜଣାଶୁଣା।