ବାଇଶିପାହାଚରେ ଭାବବିହ୍ୱଳ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କଲେ ଦର୍ଶନ

25

କନକ ବ୍ୟୁରୋ :  ଶ୍ରୀକ୍ଷେତ୍ର ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଗତକାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ଲୋଡିଥିଲେ । ମନ୍ଦିର ଭିତର ଓ ବାହାରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରି ସେ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡିଥିଲେ । ମା ବିମଳା ଓ ଲଷ୍ମୀଙ୍କ ଦର୍ଶନ ସାରି କୌଳିକ ପଣ୍ଡା ତାଙ୍କର ଦସ୍ତଖତ ରଖିବା ପରେ ପ୍ରଣବ ବାଇଶିପାହାଚ ଦେଇ ମନ୍ଦିର ବାହାରକୁ ବାହାରିଥିଲେ । ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପୁରୀ ଯାଇଥିଲେ ।