ଅଟଳଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ହେଲଥ ବୁଲେଟିନ ଜାରି କଲା ଏମ୍ସ । ଏବେବି ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ

55

କନକ ବ୍ୟୁରୋ : ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଏମ୍ସ ପକ୍ଷରୁ ଜାରି ହେଲା ହେଲଥ୍ ବୁଲେଟିନ । ତେବେ ଏହି ବୁଲେଟିନରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, ଅଟଳଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି । ଅଟଳଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ଅଟଳଙ୍କୁ ରଖାଯାଇଥିବା ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରେ ଲାଗିଛି । ଗତ ୯ ସପ୍ତାହ ଧରି ଏମ୍ସରେ ଚିକିତ୍ସିତ ହେଉଥିବା ବାଜପାୟୀଙ୍କ ଅବସ୍ଥା, ବିଗତ ୨୪ ଘଂଟା ଭିତରେ ଗମ୍ଭୀର ହୋଇ ପଡ଼ିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । କିଡନୀରେ ସଂକ୍ରମଣ, ଛାତି ଯନ୍ତ୍ରଣା, ପରିଶ୍ରାର ପରିମାଣ ମାତ୍ରଧିକ ଭାବରେ କମିଯିବାରୁ ଗତ ଜୁନ୍ ୧୧ରେ ବାଜପେୟୀଙ୍କ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେପଟେ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଖବର, ପାଇବା ପରେ ଏମ୍ସ ହସ୍ପିଟାଲରେ ନେତାଙ୍କ ଭିଡ଼ ଜମିଛି । ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଏମ୍ସ ଯାଇ ବାଜପାୟୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଗୃହମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୟ ଅଧ୍ୟକ୍ଷ ଅମିତ ଶାହା, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ମଧ୍ୟ ଏମ୍ସସ ଯାଇ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଢିଛନ୍ତି ।

ବରିଷ୍ଠ ବିଜେପି ନେତା ଶେହେନୱାଜ ହୁସେନ୍ ମଧ୍ୟ ଏମ୍ସ ଯାଇ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଏମ୍ସ ଯାଇଛନ୍ତି । ଏହାପୂର୍ବରୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ସ ଯାଇ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଦିଲ୍ଲୀ ଏମ୍ସରେ ପହଂଚି, ବାଜପେୟୀଙ୍କ ସ୍ୱାସ୍ଥ୍ୟ ସଂପର୍କିତ ଖବର ବୁଝିଥିଲେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ଆଜି ଏମ୍ସ ଯିବାର କାର୍ଯ୍ୟକ୍ରମ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏମ୍ସରେ ଗୁରୁତର ଅଛନ୍ତି । ସେପେଟେ ଅଟଳଙ୍କ ଆଶୁ ଆରୋଗ୍ୟ କାମ କରି ସାରା ଦେଶରେ ପୂଜାର୍ଚନା ଆରମ୍ଭ ହୋଇଛି । ସାରାଦେଶ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ବାଜପେୟୀ ଉତ୍ତରପ୍ରଦେଶର ଲକ୍ଷ୍ଣୈାରୁ ବହୁଦିନ ଧରି ସାଂସଦ ଥିଲେ । ସେ ସେଠାକାର ଏକ ହନୁମାନ ମନ୍ଦିରକୁ ପୂଜାର୍ଚନା ପାଇଁ ଯାଉଥିଲେ । ଏହି ମନ୍ଦିରରେ ପ୍ରଶଂସକ ଓ ସମର୍ଥକ ବାଜପେୟୀଙ୍କୁ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା ଓ ପୂଜାର୍ଚନା କରିଛନ୍ତି । ବାଜପେୟୀଙ୍କ ଆରୋଗ୍ୟ କାମନା କରି ପୁରୀରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଛି । ସିଂହଦ୍ୱାର ସାମ୍ନାରେ ଦୀପ ଦାନ କରି ବାଜପେୟୀଙ୍କ ସ୍ୱାସ୍ଥ୍ୟରେ ସୁଧାର ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଲୋକେ ।