ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୨ ତମ ଜନ୍ମ ଜୟନ୍ତୀ

47

କନକ ବ୍ୟୁରୋ : ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୨ ତମ ଜନ୍ମ ଜୟନ୍ତୀ । କେନ୍ଦ୍ର ସରକାର ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିନକୁ ସୁଶାସନ ଦିବସ ଭାବେ ପାଳନ କରୁଛନ୍ତି । ଭାରତୀୟ ରାଜନୀତିରେ ଅଟଳ ବିହାରୀ ହେଉଛି ଏପରି ଏକ ନାମ, ଯିଏ ନିଜ ବ୍ୟକ୍ତିତ୍ୱ ଓ କୃତିତ୍ୱ ବଳରେ ବ୍ୟାପକ ସମର୍ଥନ ଓ ସମ୍ମାନ ହାସଲ କରିଛନ୍ତି ।

ସବୁ ପ୍ରତିବନ୍ଧକକୁ ଅତିକ୍ରମ କରି ସେ ୯୦ ଦଶକରେ ବିଜେପିକୁ ଶାସନକୁ ଆଣିପାରିଥିଲେ । ବାବରୀ ମସଜିଦ ଭଙ୍ଗା ଘଟଣା ପରେ ଚରମ ହିନ୍ଦୁତ୍ୱବାଦ ପାଇଁ ବିଜେପି ଭାରତୀୟ ରାଜନାତିରେ ଏକୁଟିଆ ହୋଇପଡିଥିଲା । ହେଲେ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମୋହକ ବ୍ୟକ୍ତିତ୍ୱ ହିଁ ସେହି ସମୟରେ ବିଜେପି ସହ ନୂଆ ସହଯୋଗୀ ଦଳଙ୍କୁ ସାମିଲ କରିପାରିଥିଲା ।