କଂଗ୍ରେସରେ ସାମିଲ ହେଲେ ଲାଞ୍ଜିଗଡର ପୂର୍ବତନ ବିଧାୟକ ଶିବଜୀ ମାଝି

34

କଂଗ୍ରେସରେ ସାମିଲ ହୋଇଛନ୍ତି ଦୁଇ ଆଦିବାସୀ ନେତା ନକୁଳ ନାୟକ ଓ ଶିବାଜୀ ମାଝି । ଗତ ୧୭ ବର୍ଷର ବିଜେଡିର ଶାସନରେ କନ୍ଧମାଳ ଜିଲ୍ଲା ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି । କଂଗ୍ରେସର ଦଳିତ ଓ ଆଦିବାସୀଙ୍କ ଦିଗରେ ଆଭିମୁଖ୍ୟ ତାଙ୍କୁ ଦଳକୁ ଆକର୍ଷିତ କରିଛନ୍ତି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଅନ୍ୟପଟେ ଲାଂଜିଗଡର ପୂର୍ବତନ ବିଧାୟକ ଶିବାଜୀ ମାଝି ପୁଣି କଂଗ୍ରେସରେ ସାମିଲ ହୋଇଛନ୍ତି । ଗତ ନିର୍ବାଚନ ସମୟରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ଏହି ଦୁଇ ନେତା କଂଗ୍ରେସରେ ସାମିଲ ହେବା ଯୋଗୁଁ ଦଳ କନ୍ଧମାଳ ଓ କଳାହାଣ୍ଡିରେ ଅଧିକ ସୁଦୃଢ ହେବ ବୋଲି ପିସିସି ସଭାପତି କହିଛନ୍ତି।