ରାଜନୀତିରୁ ଅବସର ପରେ ପାଠପଢା ! ୭୨ ବର୍ଷରେ ଛାତ୍ର ସାଜିଲେ ପୂର୍ବତନ ବିଧାୟକ ନାରାୟଣ ସାହୁ

42

ବାଣୀବିହାରର ନୀଳକଣ୍ଠ ହଷ୍ଟେଲ ରୁମ ନଂ୨୪,ଏହି ରୁମ ରେ ବସିକି ପାଠ ପଢୁଥିବା ଏହି ବୟସ୍କ ବ୍ୟକ୍ତିଙ୍କ ବିଷୟ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ,ପାଠପଢା ରେ ସେ ପୁରା ମଜି ଯାଇଛନ୍ତି,ଏ କେହି ଶିକ୍ଷକ ନୁହନ୍ତି ଏ’ଜଣେ ଛାତ୍ର । ଦର୍ଶନଶାସ୍ତ୍ରରେ ଏବେ କରୁଛନ୍ତି ପିଏଚଡି । ବିଗତ ଦିନରେ ସେ ଓଡିଶା ରାଜନୀତିର ଜଣାଶୁଣା ଚେହେରା ।

ନାରାୟଣ ସାହୁ ଦିନେ ରାଜ୍ୟ ରାଜନୀତିର ଏମିତି ଏକ ଚେହେରା, ଯିଏ କେବେ ହାରିବାର ସ୍ୱାଦ ଚାଖିନଥିଲେ, ଦୁଇ ଦୁଇ ଥର ପାଲହଡା ନିର୍ବାଚନ ମଣ୍ଠଳରୁ ବିଧାୟକ ହୋଇଥିବା ବେଳେ,୧୯୮୦ ରେ ଦେବଗଡରୁ ଏମପି ଭାବେ ନିର୍ବାଚିତ ହୋଇଥିଲେ ।

କିନ୍ତୁ କଳୁଷିତ ରାଜନୀତିରେ ନିଜକୁ ନହଜାଇ ରାଜନୀତି ଜୀବନକୁ ବହୁ୍ତ ପଛରେ ପକାଇ ପୁଣି ଜୀବନର ସେହି ପଛକୁ ଫେରିଗଲେ, ଯେବେ ସେ ରେଭେନ୍ସାରୁ ପାଠପଢା ଛାଡି କି ରାଜନୀତିରେ ଯୋଗ ଦେଇଥିଲେ, ୭୨ ବର୍ଷ ବୟସରେ ସେ ଚିନ୍ତା କଲେ ଆହୁରି ପଢିବାର ଅଛି, ୨୦୦୯ ରେ ଦର୍ଶନଶାସ୍ତ୍ରରେ ପିଜି କଲେ, ତାପରେ ଏମଫିଲ୍ ଆଉ ଏବେ ପିଏଚଡି ।

ସବୁଠାରୁ ଆର୍ଶ୍ଚଯ୍ୟର କଥା ହେଉଛି ,ସେ ଏ ବୟସରେ ବି ଛାତ୍ର, ହଷ୍ଟେଲରେ ରହିବା, କ୍ୟାଟିଂନରେ ଖାଇବା, ଅନ୍ୟମାନଙ୍କ ପରି କ୍ଲାସ୍ ରୁମରେ ପାଠପଢିବା, ଯେମିତି ଲାଗୁଛି ସେ ନିଜକୁ ହଜାଇଦେଇଛନ୍ତି, ଅନ୍ୟ ପିଲା ମାନେ ବି ବେଶ ଖୁସି, କେହି ତାଙ୍କ ସହ କ୍ୟାମ୍ପସରେ ଖଟି କରୁଛନ୍ତି ତ,ପୁଣି କେହି ପାଠ ଉପରେ ଡିସକସନ କରୁଛନ୍ତି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ