ଆଖି ବୁଜିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ପଟ୍ଟନାୟକ

33

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରଘୁନାଥ ପଟ୍ଟନାୟକଙ୍କ ପରଲୋକ । ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଜୟପୁରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଗତକାଲି ମେଡିକାଲରେ ଭର୍ତି କରାଯାଇଥିଲା । ରଘୁନାଥ ପଟ୍ଟନାୟକ ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଜେବି ପଟ୍ଟନାୟକଙ୍କ ସରକାରରେ ସେ ଅର୍ଥ ଓ ଆଇନ ମନ୍ତ୍ରୀ ଥିଲେ ।