ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କ ପରଲୋକ ! ସ୍ୱାଇନ୍ ଫ୍ଲୁରେ ପୀଡ଼ିତ ଥିଲେ ଜର୍ଜ ଫର୍ଣ୍ଣାଣ୍ଡିଜ୍

287

କନକ ବ୍ୟୁରୋ : ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ପରଲୋକ । ୮୮ ବର୍ଷ ବୟସରେ ଦିଲ୍ଲୀରେ ଏକ ଘରୋଇ ହସପିଟାଲରେ ଫର୍ଣ୍ଣାଣ୍ଡିଜଙ୍କ ପରଲୋକ ହୋଇଛି । କିଛି ଦିନ ହେଲା ସେ ସ୍ୱାଇନ ଫ୍ଲୁରେ ପୀଡିତ ଥିଲେ । ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ଜର୍ଜ ଫର୍ଣ୍ଣାଣ୍ଡିଜ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ତାଙ୍କ ମନ୍ତ୍ରୀ୍ୱ କାଳରେ କାରଗିଲ ଯୁଦ୍ଧ ହୋଇଥିଲା । ଭାରତୀୟ ରାଜନୀତିରେ ସେ ଅନେକ ପ୍ରଭାବ ଛାଡିଯାଇଛନ୍ତି । ଦୀର୍ଘ ଦିନ ଧରି ଜର୍ଜ ଅସୁସ୍ଥ ଥିଲେ । ୧୯୬୭ରୁ ୨୦୦୪ ଯାଏଁ ସେ ଲଗାତାର ଲୋକସଭା ନିର୍ବାଚନ ଜିତିଥିଲେ । ୧୯୯୮ରୁ ୨୦୦୪ ଯାଏ ସେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ୨୦୦୯ରୁ ୨୦୧୦ ଯାଏଁ ସେ ରାଜ୍ୟସଭା ସଦସ୍ୟ ବି ଥିଲେ ।

Former Defence Minister George Fernandes passes away

ପୂର୍ବତନ ରକ୍ଷାମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜଙ୍କର ଭାରତୀୟ ରାଜନୀତିରେ ରହିଛି ଐତିହାସିକ ଯୋଗଦାନ । ଭାରତ ସୁରକ୍ଷା ପ୍ରତି ନେଇଥିବା ନିଷ୍ପତ୍ତି ହେଉ କିମ୍ବା ଏକରଜେନ୍ସି ସମୟରେ ନିଜର ସ୍ୱର ଉଠାଇବା ମାମଲା ହେଉ, ଜର୍ଜ ପର୍ଣ୍ଣାଣ୍ଡିଜ ସବୁବେଳେ ଆଗକୁ ଆସି ନେତୃତ୍ୱ ନେଇଥିଲେ । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ପର୍ଣ୍ଣାଣ୍ଡିଜ୍ ୧୯୭୪ରେ ଅଲ ଇଣ୍ଢିଆ ରେଲୱେମେନ ଫେଡ଼େରେସନର ମୁଖ୍ୟ ଥିଲେ । ଆଉ ସେତେବେଳେ ସେ ରେଳୱେ ଷ୍ଟ୍ରାଇକ୍ କରିଥିଲେ, ଯାହାଦ୍ୱାରା ତତ୍କାଳୀନ ସକରାର ଖୁବ ଚିନ୍ତାରେ ପଡ଼ିଯାଇଥିଲେ । ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ନିଧନରେ ଶୋକପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦି ।