ଗେରୁଆ କ୍ୟାପ୍ ପିନ୍ଧି ରାଜନୀତି ମଇଦାନରେ ନୂଆ ଇନିଂସ ଆରମ୍ଭ କରିବେ ବୀରୁ ! ହରିୟାଣା ରୋହତକ ଲୋକସଭା ଆସନରୁ କରିପାରନ୍ତି ଡେବ୍ୟୁ

ବୀରୁ ଯଦି ରାଜନୀତିରେ ଡେବ୍ୟୁ କରି ରୋହତକ ଆସନରୁ ବିଜେପି ପାଇଁ ଲଢ଼ନ୍ତି ତେବେ ଏହା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ ।

816

କନକ ବ୍ୟୁରୋ: ବିଜେପିର ହାତ ଧରିବେ ବୀରୁ । ଭାରତୀୟ ଟିମର ପୂର୍ବତନ ଧୂଆଁଧାର ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗ ବିଜେପିରେ ଯୋଗଦେବେ ବୋଲି ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି । କ୍ରିକେଟ୍ ଜଗତରୁ ସନ୍ୟାସ ନେଇଥିବା ଏହି ବିସ୍ଫୋରକ ଭାରତୀୟ ବ୍ୟାଟ୍ସମ୍ୟାନ ରାଜନୀତି ଜଗତରେ ଆରମ୍ଭ କରିବେ ନୂଆ ଇନିଂସ । ଏପରିକି ଆସନ୍ତା ଲୋକସଭା ନିର୍ବାଚନରେ ହରିୟାଣା ରୋହତକ ସଂସଦୀୟ ଆସନରୁ ଲଢ଼ିପାରନ୍ତି ବୋଲି ସୂଚନା ମିଳିଛି ।

virender-sehwagଭାରତୀୟ କ୍ରିକେଟ ଇତିହାସରେ ବିରେନ୍ଦ୍ର ସେହୱାଗଙ୍କ ବ୍ୟାଟିଂକୁ ନେଇ ଆଜି ବି ଅନେକ ରେକର୍ଡ଼ ରହିଛି । କିନ୍ତୁ ବୀରୁ ଯଦି ରାଜନୀତିରେ ଡେବ୍ୟୁ କରି ରୋହତକ ଆସନରୁ ବିଜେପି ପାଇଁ ଲଢ଼ନ୍ତି ତେବେ ଏହା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ । କାରଣ ୨୦୧୪ ସାଧାରଣ ନିର୍ବାଚନରେ ମୋଦି ମ୍ୟାଜିକ ମଧ୍ୟ ରୋହତକ ଆସନକୁ ଅକ୍ତିଆର କରିପାରିନଥିଲା । ବିଜେପିକୁ ଏହି ସଂସଦୀୟ କ୍ଷେତ୍ରରେ କଂଗ୍ରେସରୁ ଦୀପେନ୍ଦ୍ର ହୁଡ୍ଡା କଡ଼ା ଟକ୍କର ଦେଇ ସାଂସଦ ସିଟ୍ ପାଇଛନ୍ତି ।

ସେପଟେ ରୋହତକୁ ସିଟ୍ କୁ ଜାଠ୍ ସମ୍ପ୍ରଦାୟର ଗଡ଼ ବୋଲି କୁହାଯାଉଥିବାବେଳେ ବୀରେନ୍ଦ୍ର ସେହେୱାଗ ମଧ୍ୟ ଜାଠ୍ ସଂପ୍ରଦାୟର । ତେଣୁ ରୋହତକରେ ବିଜେପି ଜାଠ୍ ଭୋଟ ବ୍ୟାଙ୍କ ହାତେଇବାକୁ ବୀରୁଙ୍କୁ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳିଛି । ଏହାପୂର୍ବରୁ ଅନ୍ୟଜଣେ ଭାରତୀୟ କ୍ରୀକେଟର ଗୌତମ ଗମ୍ଭୀର ବିଜେପି ଟିକେଟ ପାଇ ଦିଲ୍ଲୀରୁ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଏହାକୁ ଖୋଦ୍ ଗମ୍ଭୀର ଖଣ୍ଡନ କରିଛନ୍ତି ।