ବିଜେଡିରେ ମିଶିଲେ କଂଗ୍ରେସର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ : ହଜାର ହଜାର ସମର୍ଥକଙ୍କ ସହ ବିଜେଡିରେ ଦେଲେ ଯୋଗଦାନ

42

କନକ ବ୍ୟୁରୋ : ଶଙ୍ଖ ଧରିଲେ ପୂର୍ବତନ କଂଗ୍ରେସ ବିଧାୟକ ଦୁଷ୍ମନ୍ତ ନାଏକ । କଂଗ୍ରେସରୁ ଇସ୍ତଫା ଦେଇଥିବା ଭବାନୀପାଟଣାର ଏହି ପୂର୍ବତନ ବିଧାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି  । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ହଜାର ହଜାର ସମର୍ଥକ ସହ ସେ ମିଶିଲେ। ଆଉ ଏହାକୁ ନେଇ କଳାହାଣ୍ଡି ଜିଲା ବିଜେଡିରେ ଆରମ୍ଭ ହୋଇଛି ହଟଚମଟ ।

ଗତ ବର୍ଷ ଜୁନ ମାସରେ ଦୁଷ୍ମନ୍ତ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ନେଇ ଆଲୋଚନା ଜୋର ଧରିଥିଲା । ସେତେବେଳେ ଦୁଷ୍ମନ୍ତ ବିଜେଡିକୁ ଆସିବା ନେଇ କଳାହାଣ୍ଡିର ବିଜେଡି ନେତା ବିରୋଧ କରିଥିଲେ । ଏପରିକି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଥିଲେ ଜିଲ୍ଲା ବିଜେଡିର ସମସ୍ତ ନେତା । କିନ୍ତୁ ବର୍ଷେ ପରେ ବର୍ତ୍ତମାନ ସୁପ୍ରିମୋଙ୍କ ନିଷ୍ପତିକୁ ସମ୍ମାନ ଜଣାଇ ଦୁଷ୍ମନ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି କଳାହାଣ୍ଡିର ବିଜେଡି ହେଭିୱେଟ ।