ଜମ୍ମୁ-କାଶ୍ମୀରରେ ଏଣ୍ଟ୍ରି କରି ପାରିଲେନି ଗୁଲାମ । ଜମ୍ମୁ ବିମାନବନ୍ଦରରୁ ଗୁଲାମଙ୍କୁ ଫେରାଇ ଦିଆଗଲା ଦିଲ୍ଲୀ ।

300

ଜମ୍ମୁ-କାଶ୍ମୀରରେ ପ୍ରବେଶ କରି ପାରୁନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ । ଧାରା ୩୭୦ ଉଚ୍ଛେଦ ପରେ ପୁଣିଥରେ ଜମ୍ମୁ-କାଶ୍ମୀରରେ ପ୍ରବେଶ କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ଆଜାଦ । ଆଜି ଆଜାଦ ବିମାନ ଯୋଗେ ଜମ୍ମୁ-କାଶ୍ମୀର ଯାଇଥିଲେ । ତେବେ ଜମ୍ମୁ ବିମାନବନ୍ଦରରୁ ତାଙ୍କୁ ପୁଣି ଥରେ ଦିଲ୍ଲୀ ଏୟାରପୋର୍ଟ ଫେରାଇ ଦିଆଯାଇଛି । କଂଗ୍ରେସର ଏକ ବୈଠକରେ ଯୋଗ ଦେବାକୁ ଶ୍ରୀନଗର ଯିବା ପୂର୍ବରୁ ତାଙ୍କୁ ବିମାନବନ୍ଦରରୁ ହିଁ ଫେରାଇ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଆଜାଦ ଆଜି ଦିଲ୍ଲୀରୁ ବିମାନ ଯୋଗେ ଜମ୍ମୁ ଯାଇଥିଲେ । ତେବେ ଅପରାହ୍ଣ ପ୍ରାୟ ୩ଟା ବେଳେ ତାଙ୍କୁ ପ୍ରଶାସନ ପକ୍ଷରୁ କିଛି ସମୟ ପାଇଁ ଅଟକ ରଖାଯିବା ପରେ ପୁଣି ଥରେ ଦିଲ୍ଲୀ ଅଭିମୁଖେ ଆସୁଥିବା ଏକ ଫ୍ଲାଇଟରେ ବସାଇ ଦିଆଯାଇଥିଲା । ପୂର୍ବରୁ ଗତ ଅଗଷ୍ଟ ୮ରେ ତାଙ୍କୁ ଶ୍ରୀନଗର ଏୟାରପୋର୍ଟରେ କିଛି ସମୟ ପାଇଁ ଅଟକ ରଖାଯିବା ପରେ ଦିଲ୍ଲା ଫେରାଇଦିଆଯାଇଥିଲା । ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇବାକୁ ସେ ବିରୋଧ କରିଆସୁଛନ୍ତି ।