ସାମନାକୁ ଆସିଲା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କର ଭିଡିଓ । ଆପୋଲୋ ହସ୍ପିଟାଲ ବେଡରେ ବସି ଜୁସ ପିଉଥିବାରୁ ଭିଡିଓ ଜାରି ।

30

ଜୀବିତ ନଥାଇ ବି ଚର୍ଚ୍ଚାରେ ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା । ଆରକେନଗର ନିର୍ବାଚନ ପୂର୍ବରୁ ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କର ଏକ ଭିଡିଓ ଜାରି ହୋଇଛି । ଏହି ଭିଡିଓଟି ହେଉଛି ଆପୋଲୋ ରେ ଜୟଲଳିତା ଆପୋଲୋ ହସ୍ପିଟାଲରେ ବେଡରେ ବସିଥିବରେ ଦୃଶ୍ୟ ଦେଖିବାକୁ ମିଳିଛି । ଏଥିସହ ଟିଭି ଦେଖୁଥିବା ସହ କିଛି ଫ୍ରୁଟ ଜୁସ ପିଉଥିବାର ଦେଖିବାକୁ ମିଳିଛି ।

ପୂର୍ବରୁ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ହୋଇଥିଲା । ଜୟାଙ୍କ ଡେଥ ମିଷ୍ଟ୍ରୀକୁ ନେଇ ମୁହଁ ଖୋଲିଥିଲେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର । ପ୍ରେସମିଟରେ ଆପୋଲୋ ମେଡିକାଲର ଡାକ୍ତର ରିଚାର୍ଡ ବେଲ କହିଥିଲେ ଅଂଗପ୍ରତ୍ୟଂଗ ଅଚଳ ହେବାରୁ ଜୟଲଳିତାଙ୍କ ମୃତ୍ୟୁ ହୋଇଥିଲା । ଜୟଲଳିତାଙ୍କ ମୃତ୍ୟୁର କାରଣକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା ଓ କୋର୍ଟକୁ ମାମଲା ମଧ୍ୟ ଯାଇଥିଲା ।

ତେବେ ତାଙ୍କ ମୃତ୍ୟୁ ପଛରେ କୌଣସି ଷଡଯନ୍ତ୍ର ନଥିଲା ବରଂ ମଧୁମେହର ଗମ୍ଭୀର ସଂକ୍ରମଣ ପ୍ରାଣ ନେଇଥିବା କହିଥିଲେ ରିଚାର୍ଡ ବେଲ୍ । ସେପଟେ ଜୟଲଳିତାଙ୍କ ଦୃଢ ମାନସିକତା ନେଇ ମଧ୍ୟ ସୂଚନା ଦେଇଥିଲେ ଡାକ୍ତର । ମୃତ୍ୟୁ ସହ ଶେଷ ସଂଗ୍ରାମ ବେଳେ ମଧ୍ୟ ଦୃଢୋକ୍ତି ପ୍ରକାଶ କରିଥିଲେ ଜୟଲଳିତା । କହିଥିଲେ, ମୁଁ ଏବେ ବି ତାମିଲନାଡୁର ମୁଖ୍ୟମନ୍ତ୍ରୀ ।୨୦୧୬ ଡିସେମ୍ବର ୫ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ।