ବିଜେପିରେ ମିଶିବେ ବିଜେଡିରୁ ନିଲମ୍ବିତ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ! ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦେବେ ଯୋଗ

60

କନକ ବ୍ୟୁରୋ : ବିଜେପିରେ ମିଶିବେ ବିଜେଡିରୁ ନିଲମ୍ବିତ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ଜୟରାମ ପାଙ୍ଗୀ । ଜିଲ୍ଲା ପରିଷଦ ନିର୍ବାଚନ ବେଳେ ଦଳରେ ବିଶୃଙ୍ଖଳା ଆଚରଣ ଯୋଗୁଁ ଦଳରୁ ନିଲମ୍ବିତ ହୋଇଥିଲେ ଏହି ପୂର୍ବତନ ସାଂସଦ । ନିଲମ୍ବନ ଆଗରୁ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଥିଲେ ଜୟରାମ ପାଙ୍ଗୀ । ବିଜେପିରେ ମିଶିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ।

କହିଛନ୍ତି ସେ ଦଳ ବିରୋଧୀ କାର୍ଯ୍ୟ କରିନଥିଲେ ସୁଦ୍ଧା ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । ଯାହା ତାଙ୍କୁ ବହୁତ ବାଧିଥିଲା । ତେବେ ସେ ଏହା ବି କହିଛନ୍ତି ନିଲମ୍ବିତ ହେବା ଦିନଠାରୁ ବିଜେପିରେ ମିଶିବାର ଥିଲା । ନିଲମ୍ବିତ ହେବାକୁ ୨ ମାସ ହେଲାଣି ହେଲେ ଏହାରି ଭିତରେ ବିଜେଡିର ଜଣେ ହେଲେ ନେତା ତାଙ୍କ ସହ ଯୋଗାଯୋଗ କରିନଥିବା ସେ କହିଛନ୍ତି । ବିଜେଡି ପାଇଁ ଜୟରାମ ପାଙ୍ଗୀଙ୍କ ଆବଶ୍ୟକତା ନାହିଁ, ମୋଦି ସରକାରଙ୍କ କାର୍ଯ୍ୟକଳାପ ମୋତେ ଭଲ ଲାଗୁଛି ତେଣୁ ଜାତୀୟ ଦଳରେ ସାମିଲ ହେଉଥିବା କହିଛନ୍ତି ବିଜେଡିରୁ ନିଲମ୍ବିତ ଜୟରାମ ପାଙ୍ଗୀ ।