ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ବସ୍ତା ବିଧାୟକ ରଘୁନାଥ ମହାନ୍ତି ! ବୋହୁ ନିର୍ଯାତନା ଅଭିଯୋଗରେ ଦଳରୁ ହୋଇଥିଲେ ନିଲମ୍ବିତ

41

କନକ ବ୍ୟୁରୋ : ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପୂର୍ବତନ ବସ୍ତା ବିଧାୟକ ରଘୁନାଥ ମହାନ୍ତି । ବାଲେଶ୍ୱର ବିଜେଡି ପର୍ଯ୍ୟବକ୍ଷେକ ଅତନୁ ସବ୍ୟସାଚୀ ନାୟକଙ୍କ ସହ ସେ ନବୀନଙ୍କୁ ଭେଟିଛନ୍ତି । ୨୦୧୩ ମସିହାରେ ବଧୂ ନିର୍ଯାତନା ଅଭିଯୋଗରେ ତାଙ୍କ ମନ୍ତ୍ରୀ ପଦ ଯିବା ସହ ଦଳରୁ ନିଲମ୍ବନ ଓ ପରେ ଗିରଫ ମଧ୍ୟ ହୋଇଥିଲେ । ଏହା ପରେ ୨୦୧୪ ନିର୍ବାଚନରେ ତାଙ୍କୁ ଆଉ ଟିକେଟ ନମିଳିନଥିଲା । ବୋହୂ ବର୍ଷା ସୋନୀଙ୍କ ବିବାଦ ତୁଟିବା ପରେ ଆଶା କରାଯାଉଥିଲା ତାଙ୍କ ଉପରୁ ନିଲମ୍ବନ ଉଠାଇବେ ନବୀନ । ଗତ ଜୁନ ୧୮ରେ ତାଙ୍କୁ ନବୀନ ନିବାସରୁ ଡାକରା ମିଳିଥିଲା । ଏହା ପରେ ସେ ଆଜି ଦ୍ୱିତୀୟ ଥର ନବୀନ ନିବାସ ଆସିଛନ୍ତି । ଚର୍ଚ୍ଚା ହେଉଛି ବିଜୁ ଜନତା ଦଳର ସାଂଗଠାନିକ କାର୍ଯ୍ୟର ଦାୟି୍ତ୍ୱ ଦେବା ସହ ତାଙ୍କ ଉପରୁ ନିଲମ୍ବନ ହଟିପାରେ ।