ପଂଜାବ ନିର୍ବାଚନ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଲେ କେଜରିୱାଲ ! କହିଲେ, ଆପ ଭୋଟ ଯାଇଛି ଅକାଳୀ ଓ ବିଜେପି ସଦସ୍ୟଙ୍କୁ

21

କନକ ବ୍ୟୁରୋ : ପଂଜାବ ନିର୍ବାଚନ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଲେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଇଭିଏମ ଟ୍ୟାମ୍ପରିଂ କରାଯାଇଥିବା ଅଭିଯୋଗ କରିଛନ୍ତି କେଜ୍ରିୱାଲ । ଏହାସହ ଆମ ଆଦମୀ ପାର୍ଟିକୁ ଅକାଳୀ ଦଳରୁ କମ୍ ଭୋଟ୍ କିପରି ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଲୋକେ ଅକାଳୀ ଦଳ ଓ ବିଜେପି ଉପରେ କ୍ଷୁବ୍ଧ ଥିବାବେଳେ ତାଙ୍କ ଖାତାକୁ କିପରି ଭୋଟ୍ ଯାଇଛି ବୋଲି କେଜ୍ରିୱାଲ କହିଛନ୍ତି ।

ଏହାସହ କେତେକ ବୁଥରେ ଇଭିଏମ ଜରିଆରେ ଆପକୁ ଦିଆଯାଇଥିବା ଭୋଟ୍ ବିଜେପି ଓ ଅକାଳୀ ଖାତାକୁ ଯାଇଛି ବୋଲି ଅଭିଯୋଗ ଆଣିଛନ୍ତି । ମାଲୱା ଅଂଚଳରେ ଆମ ଆଦମୀ ପାର୍ଟି ଆଗରେ ଥିବାବେଳେ ସେଠାରେ କଂଗ୍ରେସ କିପରି ସବୁ ଆସନ ଜିତିଲା ବୋଲି ଆପ୍ ମୁଖ୍ୟ କହିଛନ୍ତି । ଇଭିଏମକୁ ନେଇ ପ୍ରଶ୍ନ ଉଠିଲେ ଏହାର ଉତ୍ତର ଖୋଜିବା ଆବଶ୍ୟକ । ଏବଂ ସେ କିପରି ବିଶ୍ୱାସ କରିବେ ଯେ ଇଭିଏମ ଗୁଡିକ ଠିକ୍ ଭାବରେ କାର୍ଯ୍ୟ କରିଛି ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।