ନା ଅଛି ଗାଡି… ନା କୋଠାବାଡି ! ଆଜି ବି ସାଇକେଲରେ ପ୍ରଚାର କରୁଛନ୍ତି ତିନି ଥର ବିଧାୟକ ଓ ଥରେ ସାଂସଦ ରହିଥିବା ଏହି ରାଜନେତା

493

ଗୋରଖପୁରର ବାସିନ୍ଦା ୮୦ ବର୍ଷୀୟ ଫିରଙ୍ଗୀ ପ୍ରସାଦ ବିଶାରଦ ପ୍ରେରଣାର ସ୍ରୋତ । ଆଜି ବି ସେ ସାଇକେଲ ଚଲାନ୍ତି ଓ ସାଧାରଣ ଲୋକଙ୍କ ଭଳି ଅଟୋ-ରିକ୍ସାରେ ବସି ଯାତ୍ରା କରନ୍ତି । ତାଙ୍କୁ ଦେଖି କେହି ଅନୁମାନ ବି ଲଗାଇପାରିବେନି କି ସେ ତିନି ଥର ବିଧାୟକ ଓ ଥରେ ସାଂସଦ ରହି ସାରିଛନ୍ତି । ସେ ସମାଜବାଦୀ ପାର୍ଟି ପାଇଁ ଏହି ବୟସରେ ମଧ୍ୟ ସକାଳଠୁ ଆରମ୍ଭ କରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରନ୍ତି । ଦଳର ନୂଆ କାର୍ଯ୍ୟକର୍ତ୍ତାଙ୍କ ପାଇଁ ସେ ଏକ ଉଦାହରଣ ମଧ୍ୟ । ଫିରଙ୍ଗୀ ପ୍ରସାଦ କହନ୍ତି କି, “ପୂର୍ବର ନିର୍ବାଚନ ଓ ଏହି ସମୟର ନିର୍ବାଚନ ମଧ୍ୟରେ ବହୁତ ଫରକ ଅଛି । ସେହି ସମୟର ନିର୍ବାଚନରେ ବହୁତ ସରଳତା ଥିଲା, ଯେବେକି ସାଇକେଲରେ ସେ ନିଜ ପାଇଁ ଭୋଟ୍ ମାଗିବାକୁ ବାହାରୁଥିଲେ ।”

ସେ କୁହନ୍ତି କି, “ଏବେ ସମୟ ବଦଳିଯାଇଛି । ଆଜିର ପ୍ରାର୍ଥୀ ଓ ନେତା ମହଙ୍ଗା ଗାଡି ଠାରୁ ଆରମ୍ଭ କରି ହେଲିକପ୍ଟରରେ ଯାତ୍ରା କରୁଛନ୍ତି । ମୁଁ ଆଜି ବି ସାଇକେଲ ଓ ଅଟୋ-ରିକ୍ସାରେ ଯାଏ । ଆଜିକାଲି ଧନବଳ ଓ ବାହୁବଳର ଖୁଲମଖୁଲା ଉପଯୋଗ କରାଯାଉଛି । ”

ବିଶୁନପୁରା ଗାଁର ବାସିନ୍ଦା ଫିରଙ୍ଗୀ ବର୍ଷ ୧୯୬୯ରେ ପ୍ରଥମ ଥର ଝଙ୍ଗହା ବିଧାନସଭା କ୍ଷେତ୍ରରୁ ଭାରତୀୟ କ୍ରାନ୍ତି ଦଳରୁ ନିର୍ବାଚନ ଲଢ଼ି ବିଧାୟକ ବନିଥିଲେ । ୧୯୭୪ରେ ଭାରତୀୟ ଲୋକ ଦଳ ଟିକେଟରୁ ଓ ୧୯୭୭ରେ ଜନତା ପାର୍ଟି ଦଳରୁ ଯଥାକ୍ରମେ ମୁଣ୍ଡେରା ବଜାର ଓ ବାଂସଗାଁରୁ ନିର୍ବାଚନ ଲଢ଼ି ଜିତିଥିଲେ ।