ଜାଲନୋଟ ଜମା କରି ଧରାପଡିଲେ ଇଂଜିନିୟରିଂ ଛାତ୍ର : ଅଢେଇ ଲକ୍ଷ ଟଙ୍କା ଜମା ବେଳେ ୪୭ ହଜାର ଟଙ୍କାର ଜାଲ ନୋଟ୍ ଜବତ

32

କନକ ବ୍ୟୁରୋ : ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ହେବା ପରେ ପୁରୁଣା ନୋଟକୁ ଫେରାଇ ନୂଆ ନୋଟ ଆଣିବାକୁ ବିଭିନ୍ନ ବ୍ୟାଙ୍କରେ ପ୍ରବଳ ଭିଡ ଲାଗିଛି । କିନ୍ତୁ ଭିଡର ସୁବିଧା ନେଇ ଜାଲ ନୋଟ ଜମା କରୁଥିବାବେଳେ ଜଣେ ଜମାକାରୀଙ୍କୁ ଗିରଫ କରିଛି ପୁଲିସ । ଖୋର୍ଦ୍ଧା ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାରେ ଜଣେ ଇଂଜିନିୟରିଂ ଛାତ୍ର ଅଢେଇ ଲକ୍ଷ ଟଙ୍କା ଜମା କରିବାକୁ ଆସିଥିଲେ । କିନ୍ତୁ ଏଥିରେ ୪୭ ହଜାର ଟଙ୍କାର ଜାଲ ନୋଟ୍ ଜବତ ହୋଇଛି ।

ଏତେ ପରିମାଣର ଜାଲ ନୋଟ ଦେଖି ବ୍ୟାଙ୍କ ମ୍ୟାନେଜର ତୁରନ୍ତ ପୁଲିସକୁ ଖବର ଦେଇଥିଲେ ।  ପୁଲିସ ବ୍ୟାଙ୍କରେ ପହଁଚି ଜାଲ ଟଙ୍କାକୁ ଜବତ କରିବା ସହ ସୁମିତଙ୍କୁ ଅଟକ ରଖି ପଚରା ଉଚରା କରୁଛି  । ତେବେ ଏହି ଜାଲ ନୋଟ ଭିତରେ ୪୨ଟି ୧୦୦୦ଟଙ୍କିଆ ଓ ୧୦ଟି ୫୦୦ଟଙ୍କିଆ ନୋଟ୍ ଥିବା ଜଣାଯାଇଛି । ଏହି ସମସ୍ତ ଟଙ୍କା ତାଙ୍କ ଭାଇଙ୍କର ଓ ସେ ତାଙ୍କ ବାପାଙ୍କ ଆକାଉଂଟରେ ଜମା କରିବାକୁ ଆସିଥିଲେ ବୋଲି ଛାତ୍ର ଜଣକ କହିଛନ୍ତି ।

ଦେଖନ୍ତୁ ଏହି ଭିଡିଓ :