ଅନୁଗୁଳ ବନରାଜିକ ମହାବିଦ୍ୟାଳୟରେ ପ୍ରଶିକ୍ଷାର୍ଥି ବନପାଳଙ୍କ ଅସ୍ୱାଭାବିକ ମୃତ୍ୟୁ

18

ଅନୁଗୁଳ : ଅନୁଗୁଳ ବନରାଜିକ ମହାବିଦ୍ୟାଳୟରେ ପ୍ରଶିକ୍ଷାର୍ଥି ବନପାଳଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁରର ପୂର୍ଣ୍ଣଚନ୍ଦ୍ର ଦାସ । ସେ କୋରାପୁଟ ଡ଼ିଭିଜନରେ ବନରକ୍ଷୀ ଭାବେ କାର୍ଯ୍ୟ କରୁଥିବା ବେଳେ ପଦାନୁନତି ପାଇଁ ଅନୁଗୁଳରେ ତାଲିମ ନେଉଥିଲେ । ସକାଳୁ ହଠାତ୍ ସେ ଅସୁସ୍ଥ ହେବାରୁ ସହଯୋଗୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।