ନିଳଗିରି ବନ କର୍ମଚାରୀଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ଆକ୍ରମଣ

37

ନିଳଗିରି : ବନ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ସ୍ଥାନ ଛାଡି ଚାଲି ଯିବାକୁ କହିଛନ୍ତି ଗାଁ ଲୋକ  । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନିଳଗିରି କୁଲଡିହା ଅଭୟାରଣ୍ୟରେ  । ସୂଚନା ମୁତାବକ ଅଭୟାରଣ୍ୟ ମଧ୍ୟରେ ଥିବା ହାତିଖୋଲିଆ ବିଟ୍ ହାଉସରେ ଥିବା ଫରେଷ୍ଟର ନରେଶ ସିଂଙ୍କୁ ସ୍ଥାନୀୟ ବାସିନ୍ଦା ବାହାରି ଯିବାକୁ କହିବା ସହ ଅସ୍ତ୍ରଶସ୍ତ୍ର ସହ ଶତାଧିକ ମହିଳା ଓ ପୁରୁଷ ବିଟହାଉସ ଭଙ୍ଗାରୁଜା କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଫରେଷ୍ଟର ରେଂଜର ଲକ୍ଷ୍ମଣ ପ୍ରଧାନଙ୍କୁ ଖବର ଦେଇଥିଲେ । ତେବେ ରେଂଜର ସେଠାରେ ପହଂଚିବା ସମୟରେ ଉପସ୍ଥିତ ଗ୍ରାମବାସୀ ସେମାନଙ୍କୁ ଆକ୍ରମଣ କରିଥିଲେ । ଦୁଇ ଦିନ ତଳେ ଶିକାରୀଙ୍କୁ ଧରିବା ସହ ବନ୍ଧୁକ ଆଦି ଜବତ କରିବା ଘଟଣାକୁ ନେଇ ଗ୍ରାମବାସୀମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି । ତେବେ ଏହି ସମସ୍ତ ବନ କର୍ମଚାରୀଙ୍କୁ ଅତି ଗୁରୁତର ଅବସ୍ଥାରେ ରାତିରେ ଏସିଏଫ ଶୁଭେନ୍ଦୁ ଭୁୟାଁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଛନ୍ତି ।