କବଜା କରିଛି କମ୍ପାନୀ

61

vlcsnap-2016-05-27-18h50m39s113ଝାରସୁଗୁଡ଼ା : ରାଜ୍ୟରେ ପ୍ରାୟ ୩୫୦ ଏକର ଜଙ୍ଗଲ ଜମି ମାଡ଼ି ବସିଛନ୍ତି ବିଭିନ୍ନ ଶିଳ୍ପସଂସ୍ଥା । ଏକଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଧାନସଭାରେ ସ୍ୱୀକାର କଲେ ମଧ୍ୟ ଉଚ୍ଛେଦ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ପ୍ରମୁଖ ଜଙ୍ଗଲଜମି ଜବରଦଖଲକାରୀଙ୍କ ମଧ୍ୟରେ ଅଛି ବେଦାନ୍ତ ସେସା ଷ୍ଟେରେଲାଇଟ୍ ଗ୍ରୁପ୍ କମ୍ପାନୀ । ୨୦୧୧ରୁ କମ୍ପାନୀ ୭.୪୫ ଏକର ଜଙ୍ଗଲ ଜମି ଜବରଦଖଲ କରିଥିବା ନେଇ କେସ୍ ହୋଇଛି । ପ୍ରଶାସନ ମଧ୍ୟ ନିଷ୍ପତି ନେଇଥିଲା ଜବରଦଖଲ ଉଚ୍ଛେଦ ନେଇ । ମାତ୍ର ୫ ବର୍ଷ ମଧ୍ୟରେ ବି ଜବରଦଖଲ ଉଚ୍ଛେଦ ହେଲା ନାହିଁ । ସେହିଭଳି ୨୦୧୫ ମସିହାରେ ଆଉ ୨୨.୭୬ ଏକର ଜଙ୍ଗଲ ଜମି ଜବରଦଖଲ ନେଇ କେସ୍ ହୋଇଛି । ମାତ୍ର ପ୍ରଶାସନ ଜବରଦଖଲ ଉଚ୍ଛେଦ କରୁନାହିଁ ।

ସେହିଭଳି ଅନୁଗୁଳରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ୨୨.୦୯ ହେକ୍ଟର ଜଙ୍ଗଲ ଜମି ଅବରୋଧ କରିଛି । ଝାରସୁଗୁଡ଼ାର ଇନ୍ଦ୍-ବାରାଥ୍ ଏନର୍ଜି ୯.୩୫ଏକର ଜଙ୍ଗଲ ଜମି ଜବରଦଖଲ କରିଛି । ସୁନ୍ଦରଗଡ଼ ବଣାଇରେ ଏସେଲ୍ ମାଇନିଂ ଇଣ୍ଡଷ୍ଟ୍ରି ଲିମିଟେଡ୍ ୧.୦୭ ହେକ୍ଟର, ରୁଙ୍ଗଟା ସନସ ପ୍ରାଇଭେଟ୍ ଲିମିଟେଡ୍ ୦.୩୪ ହେକ୍ଟର, ଏଏମ୍ଟିସି ଲିମିଟେଡ୍ ୫୯.୭୬୩ ହେକ୍ଟର ଜଙ୍ଗଲ ଜମି ଜବରଦଖଲରେ ରଖିଛନ୍ତି । ଏ ନେଇ ସେହି ସବୁ ଅନୁଷ୍ଠାନ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ ।

ସରକାରୀ ହିସାବରେ ରାଜ୍ୟରେ ୩୫୦ ଏକର ଜଙ୍ଗଲ ଜମିକୁ ଅବରୋଧ କରିଛନ୍ତି ୧୫ଟି ଶିଳ୍ପସଂସ୍ଥା । ହେଲେ ସରକାର ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି ।