ସୁନ୍ଦରଗଡରେ ରାତିଅଧିଆ ଅପରେସନ ଗଜରାଜ: ୧୨ ଘଂଟାର କସରତ ପରେ ସହରରୁ ଜଙ୍ଗଲି ହାତୀକୁ ଘଉଡାଇଲା ବନ ବିଭାଗ

ମଝିଆପଡ଼ା ଜଙ୍ଗଲରୁ ସହରକୁ ଚାଲି ଆସିଥିଲା ହାତୀ

75

କନକ ବ୍ୟୁରୋ: ସୁନ୍ଦରଗଡରେ ସଫଳ ହେଲା ଅପରେସନ ଗଜରାଜ । ୧୨ ଘଂଟାର କସରତ ପରେ ହାତୀକୁ ଘଉଡାଇ ପାରିଛି ବନ ବିଭାଗ । ବାଜା ବଜାଇ, ବାଣ ଫୁଟାଇ, ନିଆଁ ହୁଳା ଦେଖାଇ ହାତୀକୁ ସହରରୁ ଇବ ନଦୀ ସେପଟେ ଥିବା ଜଙ୍ଗଲକୁ ଘଉଡାଇ ଦିଆଯାଇଛି । ଗୋଟିଏ ଦନ୍ତାକୁ ଘଉଡାଇବାରେ ନାକେଦମ ହୋଇପଡିଥିଲେ ସୁନ୍ଦରଗଡ ପୁଲିସ ଓ ବନ ବିଭାଗ । ଅପରେସନ ଗଜାନନରେ ସାମିଲ ହୋଇଥିଲେ ସୁନ୍ଦଗଡ ପୁଲିସ ଓ ପ୍ରାୟ ୧୫୦ ବନ କର୍ମଚାରୀ ।

ସୁନ୍ଦରଗଡ ସହରର ମିଶନ ଅଂଚଳକୁ ଗତକାଲି ସକାଳେ ପଶିଆସିଥିଲା ଗୋଟିଏ ଅପ୍ରାପ୍ତ ବୟସ୍କ ଦନ୍ତା । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଂଚିଥିଲା । ଦିନରେ ହାତୀକୁ ଘଉଡାଇବା ଜନ ଜୀବନ ପ୍ରତି ବିପଦ ଥିବାରୁ ମିଶନ ଅଂଚଳର ଶାଗୁଆନ ବଣରେ ହାତୀକୁ ଜଗି ରହିଥିଲେ ବନ କର୍ମଚାରୀ । ସେହି ଅଂଚଳରୁ ଦୁରେଇ ରହିବାକୁ ସହରବାସୀଙ୍କୁ କୁହାଯାଇଥିଲା । ଅପରାହ୍ନ ୪ଟା ୩୦ରେ ଆରମ୍ଭ ହୋଇଥିବା ହାତୀ ଘଉଡାଇବା ଅପରେସନ ସଂଧ୍ୟା ୬ଟାରେ ସଫଳ ହୋଇଥିଲା ।