ଜଳୁଛି ଜଙ୍ଗଲ : ନିଶ୍ଚିନ୍ତ ପ୍ରଶାସନ

61

କନ୍ଧମାଳ : ଜଳୁଛି ଜଙ୍ଗଲ । ଆଉ ବଢିବାରେ ଲାଗିଛି ନିଆଁର ଦାଉ। ହେଲେ ନିଶ୍ଚିନ୍ତ ପ୍ରଶାସନ । ଏଭଳି ଏକ ଘଟଣା ଘଟିଛି ବାଲିଗୁଡା ବନଖଣ୍ଡ ଅଧିନରେ ଥିବା ହାତୀ ଅଭୟାରଣ୍ୟ ବେଲଘର ଜଂଗଲର । ଦୁଇ ଦିନ ହେବ ଏଠାରେ ନିଆଁ ଲାଗିଛି । ହେଲେ ନିଆଁ ଲିଭାକୁ ନେଇ ବନବିଭାଗର ଚିନ୍ତା ନାହିଁ । ଦିନକୁ ଦିନ ନିଆଁ ବ୍ୟାପିବାରେ ଲାଗିଛି । ଏନେଇ ଜଂଗଲରେ ରହୁଥିବା ଜୀବ ଜନ୍ତୁଙ୍କ ସହ ହାତୀପଲଙ୍କ ଅବସ୍ଥା ବେହାଲ । ସେହପରି ଜଙ୍ଗଲ ଆଖପାଖରେ ରହୁଥିବା ଲୋକଙ୍କ ଅବସ୍ଥା ମଧ୍ୟ ନକହିବା ଭଲ । ବେଲଘର- ଭୁଷୁଡି ବନ୍ଧ ରାସ୍ତାର ଦୁଇ ପାଖରେ ନିଆଁ ଲାଗିବା ଦ୍ୱାରା ଯାତାୟାତରେ ମଧ୍ୟ ଅସୁବିଧା ସୃଷ୍ଟି ହୋଇଛି । ହେଲେ ଏଥିପ୍ରତି ପ୍ରଶାସନର ନିଘା ନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ନିଆଁ ଲିଭାଇବ କିଏ । ସେପଟେ ବେଲଘର ବନାଂଚଳର ରେଞ୍ଜର, ଫରେଷ୍ଟର ଓ ଅନ୍ୟ କର୍ମଚାରୀମାନେ ଭୋଜି ଖାଇବାକୁ ଯାଇଥିବା ଅଭିଯୋଗ ହୋଇଛି ।