ପ୍ରଶ୍ନଘେରରେ କୁନ୍ଦୁଲିର ଫରେନସିକ୍ ରିପୋର୍ଟ ! ସେଂଟ୍ରାଲ ଫେରେନସିକ୍ ଲ୍ୟାବରେ ଆଉ ଥରେ ପରୀକ୍ଷା ପାଇଁ ଦାବି କଲା ବିଜେପି

29

କନକ ବ୍ୟୁରୋ : କୁନ୍ଦୁଲି ପୀଡ଼ିତାଙ୍କ ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଛି ଭାରତୀୟ ଜନତା ପାର୍ଟି । ରାଜ୍ୟ ଫରେନସିକ୍ ଲ୍ୟାବର ରିପୋର୍ଟରୁ ହିଁ ତଦନ୍ତର ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି ବୋଲି ବିଜେପି ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି । ୩ଥରରେ ୩ଟି ଭିନ୍ନ ଭିନ୍ନ କଥା କହୁଥିବା ଏହି ରିପୋର୍ଟ ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଯେତେବେଳେ ଖୋଦ୍ ପୁଲିସ୍ ଡିଜି କୌଣସି ଦୁଷ୍କର୍ମ ହୋଇ ନାହିଁ ବୋଲି କହୁଛନ୍ତି, ତାଙ୍କ ବିରୋଧରେ ଯାଇ କ୍ରାଇମବ୍ରାଂଚ୍ ରିପୋର୍ଟ ଦେବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ବିଜେପିର ଏଭଳି ଅଭିଯୋଗ ପରେ ପ୍ରଶ୍ନଘେରକୁ ଆସିଛି କୁନ୍ଦୁଲିର ଫରେନସିକ ରିପୋର୍ଟ । ତେଣୁ କୁନ୍ଦୁଲି ଘଟଣାର ସତ ପଦାକୁ ଆଣିବା ପାଇଁ ସେଣ୍ଟ୍ରାଲ ଫୋରେନସିକ ଲ୍ୟାବରେ ଆଉଥରେ ପରୀକ୍ଷା କରିବା ପାଇଁ ଦାବି କରିଛି ବିଜେପି । ଆଉଥରେ ପରୀକ୍ଷା ହେଲେ ହିଁ ସତ ପଦାକୁ ଆସିବ ବୋଲି କହିଛି ବିଜେପି । ଏସବୁ ଭିତରେ କୁନ୍ଦୁଲି ମାମଲାରେ ଆସିଥିବା ପ୍ରଥମ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ଯୁବ କଂଗ୍ରେସ ଦାବି କରିଛି ।