ବଲିଉଡର ଲେଡି ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁ ଉପରୁ ପରଦା ହଟିଲା । ୨୪ ଫେବୃଆରୀରେ ଶ୍ରୀଦେବୀଙ୍କ ଦୁବାଇରେ ମୃତ୍ୟୁ ହୋଇଥିଲା । କିନ୍ତୁ କେଉଁ କାରଣର ମୃତ୍ୟୁ ହୋଇଥିଲା ତାହାକୁ ନେଇ ସସପେନ୍ସ ଲାଗି ରହିଥିଲା । ପ୍ରଥମେ ହୃଦଘାତ ଯୋଗୁଁ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଛି ବୋଲି ସ୍ୱାମୀ ବୋନି କପୁର ସୂଚନା ଦେଇଥିଲେ । କିନ୍ତୁ ଏସବୁ ଭିତରେ ଦୁବାଇ ଅଧିକାରୀ ଭାରତୀୟ ଦୂତବାସକୁ ଶ୍ରୀଦେବୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ପ୍ରଦାନ କରିଛି । ଯେଉଁଥିରେ ଦର୍ଶାଯାଇଛି ଯେ, ଶ୍ରୀଦେବୀଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ନୁହେଁ ବରଂ ହୋଟେଲର ବାଥଟବରେ ପଡିଯାଇ ପାଣିରେ ବୁଡି ଯିବାରୁ କାରଣରୁ ହୋଇଥିବା ଜଣାପଡିଛି ।

Srideviଗଲ୍ଫ ନ୍ୟୁଜର ରିପୋର୍ଟ ଅନୁଯାୟୀ, ଶ୍ରୀଦେବୀଙ୍କ ଶରୀରରେ ଆଲକହଲର ମାତ୍ରା ଅଧିକ ଥିଲା । ଅନୁମାନ କରାଯାଉଛି ଯେ, ନିଶାସକ୍ତ ଅବସ୍ଥାରେ ଥିବା ଶ୍ରୀଦେବୀ ଭାରସାମ୍ୟ ହରାଇ ବାଥଟବରେ ପଡି ଯାଇଥିଲେ । ପାଣିରେ ବୁଡି ଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ଏହାଛଡା ଶ୍ରୀଦେବୀଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି । ଏହାଛଡା ତାଙ୍କ ମୃତ୍ୟୁ ପ୍ରମାଣପତ୍ର ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଏହାଛଡା ଏହି ମାମଲାରେ ସ୍ୱାମୀ ବୋନି କପୁରଙ୍କୁ ମଧ୍ୟ ପଚରାଉଚରା କରିଛି ଦୁବାଇ ପୋଲିସ । ପ୍ରାୟ ୩ ଘଣ୍ଟା ଧରି ବୋନି କପୁରଙ୍କୁ ପଚରାଉଚରା କରିବା ସହ ବୟାନ ରେକର୍ଡ କରିଛି ପୋଲିସ । କିଛି ମିଡିଆ ରିପୋର୍ଟ ଅନୁଯାୟୀ, ଶ୍ରୀଦେବୀଙ୍କୁ ଯେତେବେଳେ ବାଥଟବରୁ ବାହାର କରାଗଲା ସେତେବେଳେ ତାଙ୍କ ନାକରୁ ରକ୍ତ ବାହାରିଥିଲା ଏବଂ ଶରୀର ନୀଳ ପଡିଯାଇଥିଲା । ଏସବୁ ଭିତରେ ଦୁବାଇ ପୋଲିସ ଏହି ମାମଲାକୁ ନିଜ ହାତକୁ ନେବା ସହ ଯାଞ୍ଚ ଆରମ୍ଭ କରିଛି ।

ଦୁବାଇ ପୋଲିସ କହିବା ଅନୁଯାୟୀ, ସମସ୍ତ ଆଇନଗତ ପ୍ରକିୟା ଶେଷ ହେବା ପରେ ହିଁ ଶ୍ରୀଦେବୀଙ୍କ ମରଶରୀର ଭାରତ ପଠାଯିବ । ଶ୍ରୀଦେବୀଙ୍କ ମୃତ ଶରୀରକୁ ଦୁବାଇରୁ ଭାଗ୍ୟ ବଙ୍ଗଳାକୁ ଅଣାଯିବ ବୋଲି ଜଣାପଡିଛି । ଏବେ ଶ୍ରୀଦେବୀଙ୍କ ମରଶରୀର ପୋଲିସ ହେପାଜତରେ ରହିଛି । କାନୁନ ପ୍ରକିୟା ଶେଷ ହେବା ପାଇଁ ଆହୁରି ଦୁଇରୁ ତିନି ଘଣ୍ଟା ସମୟ ଲାଗିପାରେ । ତେଣୁ ଶ୍ରୀଦେବୀଙ୍କ ମରଶରୀର ରାତି ପ୍ରାୟ ୮ଟାରେ ମୁମ୍ବାଇରେ ପହଂଚିବାର ଅନୁମାନ କରାଯାଉଛି ।