ଦେଶୀ ପରମ୍ପରାରେ ବିଦେଶୀ ମସଗୁଲ୍ : କୋଣାର୍କରେ ଦୀପାବଳି ପାଳିଲେ ବିଦେଶୀ ପର୍ଯ୍ୟଟକ

83

କନକ ବ୍ୟୁରୋ : ଦୀପାବଳି ପାଳିଲେ ବିଦେଶୀ ପର୍ଯ୍ୟଟକ । କୋଣାର୍କରେ ଆଲୋକର ପର୍ବକୁ ଖୁବ୍ ଉତ୍ସାହର ସହ ପାଳନ କରିଛନ୍ତି ୭ଟି ଦେଶର ପର୍ଯ୍ୟଟକ । ଉତ୍କଳୀୟ ପରମ୍ପରା ଆଧାରରେ ଦୀପାବଳି ମନେଇଛନ୍ତି ବିଦେଶରୁ ଆସିଥିବା ପୁରୁଷ ଓ ମହିଳା ପର୍ଯ୍ୟଟକ ।

ଦୀପାବଳି ପୂର୍ବ ରାତିରେ ଦୀପାବଳିର ମାହୋଲ । ଉତ୍କଳୀୟ ପରମ୍ପରାରେ ଦୀପାବଳି ପାଳିଛନ୍ତି ବିଦେଶୀ ପର୍ଯ୍ୟଟକ । କାଉଁରିଆ କାଠି ଜାଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡବଡୁଆ ଡାକିଛନ୍ତି ଏମାନେ । ମାଟି ଦୀପରେ ଦୀପାଳି ଜାଳି, ପରସ୍ପରକୁ ମିଠା ଖୁଆଇ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ପର୍ଯ୍ୟଟକ ।

ସ୍ପେନର ଡାକ୍ଟର ମାଇକେଲ ମିଜେନଷ୍ଟରଙ୍କ ନେତୃତ୍ୱରେ ବୁଧବାର ସଂଧ୍ୟାରେ ଏକାଠି ହୋଇଥିଲେ ୭ଟି ଦେଶର ପର୍ଯ୍ୟଟକ । ଏକ ରିସର୍ଟରେ ଏକାଠି ହୋଇ ଓଡିଆ ପରମ୍ପପା ଆଧାରରେ ଦପାବଳୀ ପାଳନ କରିଛନ୍ତି । ଦୀପ ଜାଳି, ବଡବଡୁଆ ଡାକି ଦୀପାବଳି ଉତ୍ସବ ମନେଇବା ପରେ ଗୋଟି ପୁଅ ଡ୍ୟାନ୍ସର ମଜା ଉଠାଇଥିଲେ ପର୍ଯ୍ୟଟକ ।

ପ୍ରାୟ ୬ ବର୍ଷ ହେବ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ବିଦେଶରେ ଓଡିଆ ପ୍ରଥା ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ଏକ ଘରୋଇ ରିସର୍ଟ ଏଭଳି କାର୍ଯ୍ୟକ୍ରମ କରୁଛି ।