ହୋଲି ଖେଳରେ ମସଗୁଲ ବିଦେଶିନୀ : କୋଣାର୍କ-ପୁରୀ ବେଳାଭୂମି ସ୍ଥିତ ଲୋଟସ ରିସର୍ଟରେ ଧୁମଧାମରେ ହୋଲି ଖେଳିଲେ ବିଦେଶୀ ପର୍ଯ୍ୟଟକ

49

କନକ ବ୍ୟୁରୋ : ଆଜି ରଙ୍ଗର ପର୍ବ ହୋଲି । ପ୍ରେମ ରଙ୍ଗରେ ଦେହ ମନକୁ ରଙ୍ଗୀନ କରିବାର ପର୍ବ । ଭାଇଚାରା ଓ ସଦଭାବନାର ପର୍ବ । ପରସ୍ପର ମଧ୍ୟରେ ଖୁସି ବାଂଟିବାର ପର୍ବ ଏହି ରଙ୍ଗର ପର୍ବ । ରାଗ ଦ୍ୱେଷ ଭୁଲି ପରଷ୍ପରକୁ ରଙ୍ଗ, ଅବିର ବୋଳି ଶୁଭେଛା ଜଣାଉଛନ୍ତି ସମସ୍ତେ । ସୁରକ୍ଷା ଦୃଷ୍ଟିରୁ ଲୋକେ ହର୍ବାଲ ହୋଲି ଖେଳୁଛନ୍ତି । ରାଜଧାନୀର ବିଭିନ୍ନ ସ୍ଥାନରେ ଖୁବ ଉତ୍ସାହର ସହ ହୋଲି ଖେଳାଯାଉଛି । ସେହିପରି ରାଜ୍ୟର ବିଭିନ୍ନ ଅଂଚଳରେ ଆଜି ଦହିହାଣ୍ଡି ଭାଙ୍ଗି ହୋଲି ଖେଳର ମଜା ଟିକେ ନିଆରା । ହୋଲି ଅବସରରେ ଦେଶବାସୀ ଓ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ରଙ୍ଗର ପର୍ବରେ ରଂଗୀନ ହୋଇଛି ଭାଇଚାରାର ସହର । ୧୨ ମାସରେ ୧୩ ପର୍ବ ପାଳନ କରୁଥିବା ଐତିହାସିକ ସହରରେ ସମସ୍ତ ହୋଲିକୁ ଅତି ଉତ୍ସାହର ସହ ପାଳନ କରିଛନ୍ତି । ଛୋଟରୁ ବଡ ସମସ୍ତେ ଫଗୁରେ ରଂଗୀନ ହୋଇଛନ୍ତି ।

ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ବିଦେଶୀ ମାନେ ମଦ୍ୟ ଆଜି ହୋଲି ପାଳିଛନ୍ତି । ମଧ୍ୟ ଆଜି ହୋଲି ଖେଳରେ ମସଗୁଲ ବିଦେଶିନୀ । କୋଣାର୍କ-ପୁରୀ ବେଳାଭୂମି ସ୍ଥିତ ଲୋଟସ ରିସର୍ଟରେ ଧୁମଧାମରେ ହୋଲି ଖେଳିଛନ୍ତି ବିଦେଶୀ ପର୍ଯ୍ୟଟକ । ତେବେ ବିଭିନ୍ନ ରାସାୟନିକ ରଂଗରୁ ଦୂରରେ ରହି ହର୍ବଲ ରଂଗରେ ହୋଲି ଖୋଳି ପରସ୍ପରକୁ ହୋଲିର ଶୁଭେଚ୍ଚା ଜଣାଇଛନ୍ତି ।

ହୋଲି ରଂଗରେ ରଂଗେଇ ହେଲେ ବିଦେଶୀ ପର୍ଯ୍ୟଟକ । ଋଷ,ସ୍ପେନ ଓ ଜାପାନରୁ ଆସିଥିବା ପର୍ଯ୍ୟଟକ କୋଣାର୍କରେ ଏକାଠି ହୋଇ ହୋଲି ଖେଳିଛନ୍ତି । ପରସ୍ପର ଦେହରେ ରଂଗରେ ବୋଳି ଗୀତର ତାଳେ ତାଳେ ନାଚି ବିଦେଶୀ ଓ ବିଦେଶୀ ମାନେ ହୋଲି ପର୍ବ ପାଳନ କରିଛନ୍ତି । ତେବେ ବିଦେଶୀ ପର୍ଯ୍ୟଟକ ମାନେ ବିଭିନ୍ନ ଔଷଧୀୟ ବୃକ୍ଷର ପତ୍ରରେ ହୋଲି ଖେଳିଛନ୍ତି । ହଳଦୀ,ଚନ୍ଦନ,ମୁଲତାନ ମିଟି, କଲରା ପତ୍ର ଓ ବେଲ ପତ୍ର ରସରେ ହୋଲି ଖେଳିଛନ୍ତି । ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଅନୁକରଣ କରି ବିଦେଶୀ ପର୍ଯ୍ୟଟକ ମାନେ ହୋଲି ଖେଳରେ ନିଜୁକ ମସଗୁଲ କରିଦେଇଛନ୍ତି ।