ଭଦ୍ରକରୁ ୪ ଫିଲିପାଇନ୍ସ ନାଗରିକ ଗିରଫ : ନିଷିଦ୍ଧାଂଚଳର ସମୁଦ୍ର ଭିତରେ ସାଟେଲାଇଟ ଫୋନ ବ୍ୟବହାର କରି ବିଦେଶକୁ ଗୋପନ ବାର୍ତା ଓ ଫଟୋ ପଠାଉଥିବା ଅଭିଯୋଗ

39

ଭଦ୍ରକ : ଭଦ୍ରକରୁ ୪ ବିଦେଶୀ ନାଗରିକଙ୍କୁ ଗିରଫ କରିଛି ପୁଲିସ । ନିଷିଦ୍ଧାଂଚଳର ସମୁଦ୍ର ଭିତରେ ସାଟେଲାଇଟ ଫୋନ ବ୍ୟବହାର କରି ବିଦେଶକୁ ଗୋପନ ବାର୍ତା ଓ ଫଟୋ ପଠାଉଥିବା ଅଭିଯୋଗରେ ୪ ଫିଲିପାଇନ୍ସ ନାଗରିକଙ୍କୁ ଗିରଫ କରାଯାଇଛି । ଗିରଫ ବିଦେଶୀମାନେ ହେଲେ ଜାହାଜର କ୍ୟାପଟେନ ଆଲେକଣ୍ଡ୍ରୋ କ୍ୟାନଗେଲେଟ ଡାନଗୋ, ରୁଏଲ ପେରେ କାଲିମୋସୋ, ରୋଡଗର ଡୋମାଟିକାନ ଆରୋଡା ଓ କାଉସୁଲ ରାମିଲ ତାଲିମେନୀ । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ ୧୬ ତାରିଖରେ କୋଷ୍ଟ ଗାର୍ଡ ଏହି ବିଦେଶୀଙ୍କୁ ପୁଲିସ ଜିମା ଦେଇଥିଲା । ସେବେଠୁ ଏମାନଙ୍କ ପଚରାଉଚରା ଚାଲିଥିଲା । ସେମାନେ ବ୍ୟବହାର କରିଥିବା ଫୋନର କଲ ରେକର୍ଡକୁ ଯାଂଚ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଗୁଇନ୍ଦା ବିଭାଗର ଏକ ଟିମ ଓ ରାଜ୍ୟ ସିଆଇଡି ଟିମ ପକ୍ଷରୁ ତଦନ୍ତ ଚାଲୁ ରହିଛି ।