ଭାରତର କରୋନା ସଂଖ୍ୟାକୁ ନେଇ ସନ୍ଦେହ ଦୃଷ୍ଟିରେ ଦେଖିଲେ ବିଦେଶୀ ମିଡିଆ: ହୋପିଂଟନ୍ ପୋଷ୍ଟ ଲେଖିଲା, କମ୍ ପରୀକ୍ଷା ଯୋଗୁଁ ହୋଇଛି କମ୍ ଚିହ୍ନଟ; ବିନା ପରୀକ୍ଷାରେ ବୁଲୁଥାଇ ପାରନ୍ତି ଅନେକ କରୋନା ରୋଗୀ

2,434

କନକ ବ୍ୟୁରୋ: ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ଭୂତାଣୁ ପଜିଟିଭଙ୍କ ସଂଖ୍ୟା କମ୍ । ଏପରିକି କରୋନା ସନ୍ଦିଗ୍ଧଙ୍କୁ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯିବା ମଧ୍ୟ ଅନ୍ୟ ଦେଶ ତୁଳନାରେ କମ୍ ରହିଛି । ବିଶେଷଜ୍ଞ କିନ୍ତୁ ଏଭଳି ତଥ୍ୟ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ସେମାନଙ୍କ ଯୁକ୍ତି ହେଲା ଆମ ଦେଶରେ ପରୀକ୍ଷାଗାର କମ୍ ରହିଛି । କମ୍ ସଂଖ୍ୟାରେ ସଂକ୍ରମିତଙ୍କ ନମୁନା ପଠାଯାଇଛି, ତେଣୁ ରୋଗୀଙ୍କ ସଂଖ୍ୟା ଏପର୍ଯ୍ୟନ୍ତ କମ୍ ରହିଛି ।

ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ଭୂତାଣୁ ପଜିଟିଭଙ୍କ ସଂଖ୍ୟା କମ୍ । ଏପରିକି କୋଭିଡ-୧୯ ସନ୍ଦିଗ୍ଧଙ୍କୁ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯିବା ମଧ୍ୟ ଇଟାଲି, ଇରାନ ଓ ଦକ୍ଷିଣ କୋରିଆ ଭଳି ଦେଶ ତୁଳନାରେ କମ୍ ରହିଛି । ତେଣୁ ଏଥିପାଇଁ ଆମକୁ ଖୁସି ହେବା କଥା କି? ପ୍ରକୃତରେ ଆମ ଦେଶରେ ଏହି ମାରାତ୍ମକ ଭୂତାଣୁ, ଏତେଟା ପ୍ରଭାବ ବିସ୍ତାର କରିପାରି ନାହିଁ କି? ବିଶେଷଜ୍ଞ କିନ୍ତୁ ଏଭଳି ତଥ୍ୟ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ସେମାନଙ୍କ ଯୁକ୍ତି ହେଲା ଆମ ଦେଶରେ ପରୀକ୍ଷାଗାର କମ୍ ରହିଛି । ଏସବୁ ପରୀକ୍ଷାଗାରକୁ କମ୍ ସଂଖ୍ୟାରେ ସଂକ୍ରମିତଙ୍କ ନମୁନା ପଠାଯାଇଛି । ତେଣୁ ଆମ ଦେଶରେ ରୋଗୀଙ୍କ ସଂଖ୍ୟା ଏପର୍ଯ୍ୟନ୍ତ କମ୍ ରହିଛି ।

– କରୋନା ଭୂତାଣୁ ପରୀକ୍ଷଣ ପାଇଁ ସାରା ଭାରତରେ ଅଛି ମୋଟ୍ ୫୨ଟି ପରୀକ୍ଷାଗାର
– ଆଜି ପର୍ଯ୍ୟନ୍ତ ଏସବୁ ପରୀକ୍ଷାଗାରକୁ ଆସିଛି ପ୍ରାୟ ୬ ହଜାରରୁ ୭ ହଜାର ନମୁନା
– ୧୨୫ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ ଏତେ କମ୍ ନମୁନା ପରୀକ୍ଷା ଚିନ୍ତାଜନକ

ଭାରତରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା କରୋନା ରୋଗୀ କିମ୍ବା ସନ୍ଦିଗ୍ଧଙ୍କ ଭିତରେ ସେହିମାନେ ଅଛନ୍ତି, ଯେଉଁମାନେ ବିଦେଶରୁ ଫେରିଛନ୍ତି କିମ୍ବା ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି । ଅର୍ଥାତ କରୋନା ଭୂତାଣୁ ଗୋଟିଏ ଗୋଷ୍ଠୀ କିମ୍ବା ସମୁହ ଭିତରେ ସଂକ୍ରମିତ ହେବା ଆରମ୍ଭ କରିନାହିଁ । ଯାହା ଅନ୍ୟ ଦେଶରେ ଆରମ୍ଭ ହୋଇସାରିଛି । ନ୍ୟାସନାଲ ହେଲଥ ସିଷ୍ଟମ୍ସ ରିସୋର୍ସ ସେଂଟରର ପୂର୍ବତନ ନିର୍ଦ୍ଦେଶକ ଟି. ସୁନ୍ଦରରମଣଙ୍କ କହିବା ହେଲା ଭାରତରେ କରୋନାର କମ୍ୟୁନିଟି ସ୍ପ୍ରେଡ ବା ସମୁହ ଭିତରେ ସଂକ୍ରମଣ ଆରମ୍ଭ ହେଲାଣି ନା ନାହିଁ, ତାହା କହିବା ମୁସ୍କିଲ । କାରଣ ସନ୍ଦିଗ୍ଧଙ୍କ ପରୀକ୍ଷା ପାଇଁ ସରକାର କେତେକ ନିର୍ଦ୍ଦିଷ୍ଟ ନିୟମ ରଖିଛନ୍ତି ।

– କେବଳ କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖାଗଲେ ରୋଗୀଙ୍କ ନମୁନା ପରୀକ୍ଷା କରାଯିବ
– କରୋନା ପ୍ରଭାବିତ ଦେଶରୁ ଫେରିଥିଲେ ଏକୁଟିଆ ଭାବେ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯିବ
– କିମ୍ବା ବିଦେଶରୁ ଫେରନ୍ତା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯିବ

ଭାରତରେ କରୋନା ଭୂତାଣୁର ପରୀକ୍ଷଣ ପାଇଁ ମାତ୍ର ୫୨ଟି ପରୀକ୍ଷାଗାର ରହିଛି । ସେଥିମଧ୍ୟରୁ ଅଧା କାର୍ଯ୍ୟକ୍ଷମ ହେଉଥିବା ନେଇ ସନ୍ଦେହ ବି ରହିଛି । ଆଉ ସାଧାରଣ ଥଣ୍ଡା, ଜ୍ୱର ଥିଲେ ଓ କରୋନା ସଂକ୍ରମଣ ସନ୍ଦେହ ହେଲେ ନମୁନା ପରୀକ୍ଷା କରିବାକୁ ସୁବିଧା ବି ନାହିଁ । ତେଣୁ ବିଶେଷଜ୍ଞଙ୍କ ମତରେ କରୋନାର ପ୍ରଭାବକୁ ରୋକିବାକୁ ହେଲେ ପ୍ରଥମେ ଅନ୍ୟୁନ ୬ଶହ ପରୀକ୍ଷାଗାର ଉପଲବ୍ଧ କରାଇବାକୁ ପଡିବ । ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଲାବୋରେଟୋରୀ ରହିଲେ ଯାଇ ସମସ୍ତ ସନ୍ଦିଗ୍ଧଙ୍କୁ ପରୀକ୍ଷା କରି ସେହି ଅନୁସାରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇ ପାରିବ ।