ଜେଲଗଲେ ରାଜଧାନୀ ରାଜରାସ୍ତାରେ ହଙ୍ଗାମା କରିଥିବା ବିଦେଶିନୀ : ଲାଗିଲା ପୋଲିସକୁ ଗାଳିଗୁଲଜ ଏବଂ ମାଡ଼ ମାରିଥିବା ଦଫା

37

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ଅଧ ରାତିରେ ନିଶାଗସ୍ତ ଅବସ୍ଥାରେ ପୁଲିସକୁ ଅଶ୍ରାବ୍ୟ ଭାଷାରେ ଗାଳି କରୁଥିବା ଏହି ବିଦେଶିନୀ ଯୁବତୀ କାହିଁକି ଭୁବନେଶ୍ୱର ଆସିଥିଲେ ସେନେଇ ସୂଚନା ପାଇଛି ପୁଲିସ । ଗତ ୫ଦିନ ତଳେ ବିଦେଶରୁ ଫ୍ଲାଇଟ ଯୋଗେ ଭୁବନେଶ୍ୱର ପହଂଚିଥିଲେ ବିଦେଶିନୀ । ପୁଲିସ ବିଦେଶିନୀଙ୍କ ଫ୍ଲାଇଟ୍ ଟିକେଟକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ, ବିଦେଶିନୀ ରହୁଥିବା ଘରେ ଖାନତଲାସି କରିଛି । ସବୁଠୁ ବଡ କଥା ହେଉଛି ସେହି ଘର ଭିତରୁ ଜଣେ ସେକ୍ସ ରାକେଟର କିଙ୍ଗପିନର ସହଯୋଗୀକୁ ଅଟକ ରଖି ପୁଲିସ ପଚରା ଉଚରା କରୁଛି ।

କାଜାଗିସ୍ଥାନ ପରେ, ଉଜବେକିସ୍ଥାନର ଲିଙ୍କ୍ । ସନ୍ଦେହ ଘେରରେ ଲେଡି ଦଲାଲ୍ । ପୁଲିସକୁ ମିଳିଛି ଏହି ହାଇପ୍ରୋଫାଇଲ ରାକେଟର ସୁରାକ୍ । ୫ଦିନ ଧରି ବିଦେଶିନୀ କେଉଁ ସବୁ ସ୍ଥାନକୁ ଯାଇଥିଲେ ଓ କେଉଁ ସବୁ ଗ୍ରାହକ ବିଦେଶିନୀଙ୍କ ଗ୍ରାହକ ସାଜିଥିଲେ ସେସବୁର ସୁରାକ ପୁଲିସକୁ ମିଳିଛି । ଅନ୍ୟପଟେ ଏହି ଘର କାହାର ? ଏହି ଘରକୁ ବିଦେଶିନୀ କେମିତି ଆସିଲେ ? ଘର ଭିତରେ ବିଦେଶିନୀଙ୍କୁ ରଖିବା ପଛରେ ଉଦ୍ଦେଶ୍ୟ କଣ ? ଏସବୁକୁ ନେଇ ପୁଲିସ ତଦନ୍ତ କରୁଛି ।

ରବିବାର ରାତିରେ ୫୦ ହଜାର ଟଙ୍କା ଧରି ସନ୍ଦେହ ଜନକ ଅବସ୍ଥାରେ ଫୁଟପାଥରେ ପଡିଥିଲେ ଏହି ମାତାଲ ଯୁବତୀ । ଉଦ୍ଧାର କରିବାକୁ ଯାଇ ମାଡ ଖାଇଥିଲା ପୁଲିସ୍ । ପୁଲିସକୁ ମାଡ଼ ମାରି ଏବେ ଝାରପଡ଼ା ଜେଲରେ ବିଦେଶିନୀ ।