ହୀରାକୁଦରେ ଶୁଭୁଛି ବିଦେଶାଗତ ଅତିଥିଙ୍କ କଳରବ : ସୁଦୁର ମାଳଦ୍ୱୀପ, ଅଷ୍ଟ୍ରେଲିଆ, ୟୁରୋପ ଓ ଆଫ୍ରିକାରୁ ଉଡି ଆସିଛନ୍ତି ହଜାର ହଜାର ପକ୍ଷୀ
କନକ ବ୍ୟୁରୋ : ହୀରାକୁଦ ନଦୀ ବନ୍ଧରେ ଅତିଥିଙ୍କ ଗହଳି । ବିସ୍ତିର୍ଣ୍ଣ ଜଳ ରାଶିକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଛି । ଜଳଭଣ୍ଡାର ଓ ଏହାର ଆଖାପାଖ ଅଂଚଳକୁ ପକ୍ଷୀମାନେ ଆସିଲେଣି । ଅନ୍ୟପଟେ ପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ହୀରାକୁଦ ନଦୀ ବନ୍ଧକୁ ବାର୍ଡ ସେଂଚୁରୀ ଘୋଷଣା କରିବାକୁ ବିଭିନ୍ନ ମହନରେ ଦାବି ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ହୀରାକୁଦ ଜଳଭଣ୍ଡାରରେ ଶୁଭୁଛି ବିଦେଶାଗତ ପକ୍ଷୀ କଳରବ । ଶୀତ ଦିନରେ ପଶ୍ଚିମ ଏସିଆ, ମାଳଦ୍ୱୀପ, ଇଉରୋପ, ଅଷ୍ଟ୍ରେଲିଆ, ଆଫ୍ରିକାରୁ ହଜାର ହଜାର କିଲୋମିଟର ବାଟ ଅତିକ୍ରମ କରି ଜଳଭଣ୍ଡାରକୁ ଉଡି ଆସିଛନ୍ତି ଏମାନେ । ହ୍ୱୀସଲିଂ ଡ଼କ, ଲେଜର ହ୍ୱୀସଲିଂ ଡ଼କ, ପୋଚାର୍ଡ଼, ସୋଭେଲ, ର୍ଟନ, ଗିବ୍ସ ଏବଂ କୁଟ୍ ପ୍ରଜାତୀର ପକ୍ଷୀଙ୍କୁ ହୀରାକୁଦ ନଦୀ ବନ୍ଧରେ ଦେଖିବାକୁ ମିଳେ । କିନ୍ତୁ ଏମାନଙ୍କ ସୁରକ୍ଷାକୁ ନେଇ ସବୁବେଳେ ପ୍ରଶ୍ନ ଉଠିଥାଏ । ପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଅଞ୍ଚଳକୁ ବାର୍ଡ ସେଂଚୁରୀ ଘୋଷଣା କରିବାକୁ ପକ୍ଷୀ ପ୍ରେମୀ ଦାବି କରିଛନ୍ତି ।
ଗତ ବର୍ଷ ୮୦ରୁ ଉଦ୍ଧ୍ୱର୍ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏ ବର୍ଷ ତାଠାରୁ ଅଧିକ ପ୍ରଜାତିର ପକ୍ଷୀ ଆସିବାର ଆଶା କରାଯାଇଛି । ପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ଶିକାରୀଙ୍କ ଉପରେ ନଜର ରଖିବା ପାଇଁ ଜଣେ ରେଞ୍ଜରଙ୍କ ଅଧିନରେ ବନବିଭାଗର ଏକ ଟିମ୍ ଜଳ ଭଣ୍ଡାର ଓ ଏହାର ଆଖପାଖ ଅଂଚଳ ଉପରେ ନଜର ରଖିଛନ୍ତି । ଏହାସହ ସମଗ୍ର ଅଂଚଳର ଭିଡ଼ିଓଗ୍ରାଫି କରାଯାଉଛି ।