ଆମେରିକାରେ ଅନଶନରେ ବସିଥିବା ଭାରତୀୟଙ୍କ ଉପରେ ଅତ୍ୟାଚାର : ନାକରେ ନଳୀ ପୁରାଇ ବଳପୂର୍ବକ ଖୁଆଇଲେ ଖାଦ୍ୟ 

150

ଆମେରିକାରେ ପ୍ରବାସୀ ଅଧିକାରୀ, ଅନଶନରେ ବସିଥିବା କେତେକ ଭାରତୀୟଙ୍କ ସମେତ ସର୍ବନିମ୍ନ ୬ ଜଣ ପ୍ରବାସୀ ବନ୍ଦୀଙ୍କ ନାକରେ ବଳପୂର୍ବକ ନଳୀ ପୁରାଇ ଖୁଆଇଛନ୍ତି । ଟେକ୍ସାସରେ କେନ୍ଦ୍ରର ପରିସ୍ଥିତିର ବିରୋଧରେ ଏହି ବନ୍ଦୀମାନେ ଅନଶନରେ ବସିଥିଲେ । ଭାରତୀୟ-ଆମେରିକୀୟ ସମୁହ ଏହାକୁ ମାନବାଧିକାରର ଉଲ୍ଲଘଂନ କହିଛନ୍ତି । ପ୍ରବାସୀ ଓ ସୀମା ଶୁଳ୍କ  ପ୍ରବର୍ତ୍ତନ ଏକ ବୟାନରେ କହିଛନ୍ତି କି, ଏଲ ପାସୋରେ ୧୧ ବନ୍ଦୀ ଖାଇବାକୁ ମନା କରିଦେଇଥିଲେ ଏବଂ ସାରା ଦେଶର ବିଭିନ୍ନ ଆଇସିଇ ନଜରବନ୍ଦୀ କେନ୍ଦ୍ରରେ ୪ ଅନ୍ୟ ଲୋକ ମଧ୍ୟ ଅନଶନରେ ଧର୍ମଘଟ କରିଥିଲେ ।

ଏଲ ପାସୋରେ ଅନଶନ କରୁଥିବା ୧୧ଜଣଙ୍କ ମଧ୍ୟରୁ ୬ଜଣ ଲୋକଙ୍କୁ ଜାନୁୟାରୀ ମଧ୍ୟରେ ଏକ ସଂଘୀୟ ନ୍ୟାୟାଧୀଶଙ୍କ ଆଦେଶ ଅଧିନରେ ବଳପୂର୍ବକ ଖୁଆଇଲେ । ଯେଉଁ ଲୋକଙ୍କୁ ଖାଦ୍ୟ ଖୁଆଗଲା, ସେମାନେ ପାଖାପାଖି ୨ସପ୍ତାହ ଧରି ଅନଶନରେ ଥିଲେ ।

 

ଟେକ୍ସାସର ଦୁଇ ବନ୍ଦୀଙ୍କ ଓକିଲ ରୁବି କୌରଙ୍କ କହିବାନୁସାରେ, ତାଙ୍କ କ୍ଲାଇଣ୍ଟ ଭାରତୀୟ ପ୍ରବାସୀ, ଯିଏ ପାଖାପାଖି ୬ମାସ ପୂର୍ବରୁ ଦକ୍ଷିଣ ସୀମାରୁ ଆମେରିକାକୁ ଆସିଥିଲେ । ତାଙ୍କ ନାକରେ ନଳୀ ପୂରାଇ ତରଳ ପଦାର୍ଥ ଦିଆଯାଇଛି । ଏହା ବହୁତ କଷ୍ଟଦାୟକ ଓ ତାଙ୍କ ଇଚ୍ଛା ବିରୋଧ, ବୋଲି କୌର କହିଛନ୍ତି । ଆଇସିଇର ପ୍ରବକ୍ତା ଏହି ଅଭିଯୋଗ ଉପରେ ସିଧା ପ୍ରତିକ୍ରିୟା ଦେଇନାହାଁନ୍ତି ।