ରିଲିଜ୍ ହେଲା ଅପକମିଙ୍ଗ୍ ଆକ୍ସନ୍ ଥ୍ରୀଲର୍ ଫିଲ୍ମ ‘ଫୋର୍ସ – ୨’ ଟ୍ରେଲର୍

30

ରିଲିଜ୍ ହୋଇଛି ଅପକମିଙ୍ଗ୍ ଆକ୍ସନ୍ ଥ୍ରୀଲର୍ ମୁଭି ‘ଫୋର୍ସ – ୨’ ଟ୍ରେଲର୍ । ଫିଲ୍ମରେ ରହିଛି ଜନ୍ ଅବ୍ରାହମ୍ ଓ ସୋନାକ୍ଷୀ ସିହ୍ନାଙ୍କ ଜବରଦସ୍ତ ଆକ୍ସନ୍ ସହ ଦମଦାର ଡାଲଲଗ୍ । ଫିଲ୍ମ ‘ଅକୀରା’ ପରେ ପୁଣି ଥରେ ଆକ୍ସନ୍ ସିନରେ ନଜର ଆସିଛନ୍ତି ଦବଙ୍ଗ ଗର୍ଲ ।

‘ଫୋର୍ସ – ୨’ ହେଉଛି ୨୦୧୧ରେ ଆସିଥିବା ମୁଭି ‘ଫୋର୍ସ’ର ସିକ୍ୱେଲ୍ । ତେବେ ‘ଫୋର୍ସ’ର ନିର୍ଦେଶନା ନିଶିକାନ୍ତ କାମାତ୍ ଦେଇଥିବା ବେଳେ ଏଥର କିନ୍ତୁ ନିର୍ଦେଶନା ଦେଇଛନ୍ତି ଅଭିନୟ ଡେଓ । ଆଉ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ନିଜେ ଜନ୍ ଅବ୍ରାହମ୍ । ନଭେମ୍ବର ୧୮ରେ ରିଲିଜ୍ ହେବ ଫିଲ୍ମ ‘ଫୋର୍ସ – ୨’ ।

‘ଫୋର୍ସ – ୨’ ଟ୍ରେଲର୍ ଦେଖନ୍ତୁ ଏହି ଭିଡିଓରେ :