ଝିଅ ବି କମ ନୁହଁନ୍ତି : ଫୋବର୍ସ ତାଲିକାରେ ସାମିଲ ହେଲେ ଭାରତୀୟ ଧନୀ ମହିଳା

45

ଫୋବର୍ସ ୨୦୧୮ ବର୍ଷର ସବୁଠାରୁ ଧନୀ ଲୋକଙ୍କ ତାଲିକା ଜାରି କରିଛି । ଏହି ତାଲିକାରେ ମୁକେଶ ଅମ୍ବାନୀ ୧୯ ନମ୍ବରରେ ଥିବାବେଳେ ଏକ ନମ୍ବରରେ ଅଛନ୍ତି ଆମାଜନର ସହ-ପ୍ରତିଷ୍ଠାତା ଜେଫ ବେଜୋଫ । ଜେଫଙ୍କ ବାର୍ଷିକ ଆୟ ୭.୫ ଲକ୍ଷ କୋଟି ଟଙ୍କା । ସେ ବିଲ ଗେଟସଙ୍କୁ ବି ପଛରେ ପକାଇ ୧୦୦ ବିଲିୟନ ଡଲାରରୁ ବି ଅଧିକ ସମ୍ପତ୍ତି ଥିବା ପ୍ରଥମ ବ୍ୟକ୍ତି ହୋଇଛନ୍ତି ।

ମହିଳାଙ୍କ କ୍ଷେତ୍ରରେ ପ୍ରଥମ ନମ୍ବର ହାସଲ କରିଛନ୍ତି ୱାଲମାର୍ଟ ର ମାଲିକ ଏଲିସ ୱାଲଟନ । ତାଙ୍କର ବାର୍ଷିକ ଆୟ ୪୬ ବିଲିୟନ ଡଲାର । ଏଲିସ ହେଉଛନ୍ତି ୱାଲମାର୍ଟ ପ୍ରତିଷ୍ଠାତା ସେମ ୱାଲଟନଙ୍କ ଝିଅ । ବର୍ଷ ୨୦୧୮ର ଫୋବର୍ସ ତାଲିକାରେ ୨୫୬ ଜଣ ମହିଳା ସାମିଲ ଅଛନ୍ତି । ଏହି ତାଲିକାରେ ବିଦେଶୀ ବିଜନେସ ଓମେନଙ୍କ ସହ ଭାରତୀୟ ମହିଳା ବି ସାମିଲ ଅଛନ୍ତି । ତନ୍ମଧ୍ୟରୁ ୮ଟି ମହିଳା କେବଳ ଭାରତରୁ । ପ୍ରଥମ ଥର ନିଜ ଦମରେ କ୍ୟାରିୟର କରିଥିବା ମହିଳାଙ୍କ ସଂଖ୍ୟା ୭୨ କୁ ପହଚିଂଛି । ଆସନ୍ତୁ ଜାଣିବା ଅନ୍ତର୍ଜାତୀୟ ମହିଳା ଦିବସରେ ଏହି ତାଲିକାରେ ସ୍ଥାନ ନେଇଥିବା ଭାରତୀୟ ମହିଳାଙ୍କ ବିଷୟରେ ।

• ସାବିତ୍ରୀ ଜିନ୍ଦଲ : ଏହି ତାଲିକାରେ ୧୭୬ ତମ ସ୍ଥାନରେ ଜିନ୍ଦଲ ଷ୍ଟିଲ ଓ ପାୱାର ଲିମିଟେଡର ଅଧ୍ୟକ୍ଷା ସାବିତ୍ରୀ ଜିନ୍ଦଲ ଅଛନ୍ତି । ତାଙ୍କର ବାର୍ଷିକ ଆୟ ୮.୮ ବିଲିୟନ ଡଲାର ।

• କିରଣ ମଜୁମଦାର ସା : ଫୋବର୍ସ ତାଲିକାରେ ୬୨୦ ସ୍ଥାନରେ ଅଛନ୍ତି କିରଣ । ନିଜ ଦମରେ ବାୟୋକନ ନାମକ କମ୍ପାନୀ ଆରମ୍ଭ କରିଥିଲେ । ତାଙ୍କ କମ୍ପାନୀ ମଧୁମେହ ଓ କର୍କଟ ରୋଗ ପାଇଁ ଇନସୁଲିନ ତିଆରି କରେ । ଇନସୁଲିନ ନିର୍ମାଣ କରୁଥିବା ଏସିଆର ସବୁଠାରୁ ବଡ କମ୍ପାନୀ ହେଉଛି ବାୟୋକନ । ଏମାନଙ୍କ ବାର୍ଷିକ ଆୟ ୩.୬ ବିଲିୟନ ଡଲାର ।

• ସ୍ମିତା କୃଷ୍ଣା ଗୋଦରେଜ : ୮୨୨ ତମ ସ୍ଥାନରେ ଥିବା ସ୍ମିତାଙ୍କ ବାର୍ଷିକ ଆୟ ୨.୯ ବିଲିୟନ ଡଲାର ।

• ଲିନା ତିୱାରୀ : ୟୁଏସଭି ଇଣ୍ଡିଆକୁ ସମ୍ଭାଳୁଥିବା ଲିନା ତିୱାରୀ ୧୦୨୦ ନମ୍ବରରେ ଅଛନ୍ତି । ତାଙ୍କ ବାର୍ଷିକ ଆୟ ୨.୪ ବିଲିୟନ ଡଲାର । ଏହି କମ୍ପାନୀ ମଧୁମେହ ଓ କାର୍ଡିଓଭାସକୁଲାରର ଔଷଧ ତିଆରି କରେ ।

• ବିନୋଦ ରାୟ ଗୁପ୍ତା : ଫୋବର୍ସ ତାଲିକାରେ ୧୧୦୩ ସ୍ତରରେ ଅଛନ୍ତି ହେଭେଲ୍ସ ଇଣ୍ଡିଆର ପ୍ରତିଷ୍ଠାତା ବିନୋଦ ରାୟ ଗୁପ୍ତା । ସେ ହେଭେଲ୍ସ ଇଣ୍ଡିଆର ପ୍ରତିଷ୍ଠାତା କିମତ ରାୟ ଗୁପ୍ତାଙ୍କ ସ୍ତ୍ରୀ । ତାଙ୍କର ବାର୍ଷିକ ଆୟ ୨.୨ ବିଲିୟନ ଡଲାର ।

ସେମିତି ଷଷ୍ଠ ସ୍ଥାନରେ ଅନୁ ଆଗା, ସପ୍ତମରେ ଶୀଲା ଗୈାତମ ଓ ଅଷ୍ଟମ ସ୍ଥାନରେ ମଧୁ କପୁର ଅଛନ୍ତି ।