ନିଆରା ଉପାୟରେ ମହିଳାଙ୍କୁ ସତର୍କ କଲା ପୋଲିସ୍ ବିଭାଗ ! ସୋସିଆଲ୍ ମିଡିଆ ମାଧ୍ୟମରେ ଦିଆଗଲା ସତର୍କବାଣୀ ।

30

ବର୍ତ୍ତମାନ ସୋସିଆଲ୍ ମିଡିଆ ଯୁବତୀ ତଥା ମହିଳାମାନଙ୍କ ପାଇଁ ଯେପରି ଅସୁରକ୍ଷିତ ହୋଇପଡିଛି ଏବଂ ଏହି ସମସ୍ୟାରୁ ମୁକୁଳିବା ପାଇଁ ମୁମ୍ବାଇ ପୋଲିସ୍ ବିଭାଗ ପକ୍ଷରୁ ସୋସିଆଲ୍ ମିଡିଆରେ ସତର୍କ ସୁଚନା ଦିଆଯାଇଛି । କିନ୍ତୁ ଭିନ୍ନ ଢଙ୍ଗରେ । ସୋସିଆଲ୍ ମିଡିଆରେ ଦିଆଯାଉଥିବା ମେମସ୍ ପରି ମୁମ୍ବାଇ ପୋଲିସ୍ ମଧ୍ୟ ମେମସ୍ ପୋଷ୍ଟ୍ କରି ମହିଳା ମାନଙ୍କୁ ସତର୍କ କରାଇଛି । ତେବେ ମୁମ୍ବାଇ ପୋଲିସର ଟ୍ୱିଟର ଆକାଉଣ୍ଟରେ ‘ହେଲୋ ଡିଅର ରୋମିଓଜ୍’ କୁ ନେଇ ଏକ ମେମ୍ ପ୍ରସ୍ତୁତ ହୋଇଛି । ଯେଉଁଥିରେ ଯେଉଁ ଲୋକମାନେ ମହିଳାଙ୍କୁ ଅଶ୍ଲିଳ ମେସେଜ୍ କରୁଛନ୍ତି ସେମାନଙ୍କ ନମ୍ବରକୁ ବ୍ଲକ୍ କରିବା ସହ ପୋଲିସର ସାହାଯ୍ୟ ନେବାକୁ ଏହି ମେମରେ କୁହାଯାଇଛି । କିନ୍ତୁ ହସର କଥା ହେଉଛି ମୁମ୍ମାଇ ପୋଲିସ୍ ତରଫରୁ ଯେଉଁ ଭଳି ମେମ୍ ପ୍ରସ୍ତୁତ ହୋଇଛି ତାହାକୁ ସୋସିଆଲ୍ ମିଡିଆରେ ଲୋକେ ଖୁବ୍ ଭାଇରାଲ୍ କରିବା ସହ ଏହାର ମଜା ମଧ୍ୟ ବନାଉଛନ୍ତି ।

ତେବେ ଇଣ୍ଟରନେଟ୍ ରୋମିଓଙ୍କୁ ମଜା ଚଖାଇବା ପାଇଁ ପୋଲିସର ଏଭଳି ନିଆରା ପଦକ୍ଷେପ ଜନସାଧାରଣଙ୍କୁ ଖୁବ୍ ଭଲ ଲାଗିଛି । ତେବେ ଏହା ମୁମ୍ବାଇ ପୋଲିସ୍ ଦ୍ୱାରା ହୋଇଥିବା ପ୍ରଥମ ପଦକ୍ଷେପ ନୁହଁ ଏହା ପୂର୍ବରୁ ଜନସାଧାରଣଙ୍କ ମଧ୍ୟରେ ଦୂର୍ଘଟଣାରୁ ବର୍ତ୍ତିବା ପାଇଁ ହେଲମେଟ୍ ବ୍ୟବହାର କରିବାକୁ ଏକ ଭିଡିଓ ମଧ୍ୟ ପୋଲିସ୍ ଦ୍ୱାରା ଦିଆଯାଇଥିଲା । ଏହା ମଧ୍ୟ ଖୁବ୍ ହାସ୍ୟାସ୍ପଦ ଥିଲା । ତେବେ ହସରେ ହସରେ ପୋଲିସ୍ ଜନସାଧାରଣଙ୍କୁ ସତର୍କତା ବାର୍ତ୍ତା ଯୋଗାଉଛି ଏହା ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି ।