ବିଶ୍ୱବିଦ୍ୟାଳୟ ପାଇଁ ଆସିବ ନୂଆ ନିୟମ । ୨୦୨୧ ପର ଠାରୁ ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପକ ହେବାପାଇଁ ପିଏଚଡି ଡିଗ୍ରୀ ଆବଶ୍ୟକ ପଡିବ । ଏପରିକି ଆସିଷ୍ଟଣ୍ଟ ପ୍ରଫେସର ପଦ ପାଇଁ ମଧ୍ୟ ପିଏଚଡିର ଆବଶ୍ୟକତା ରହିବ । କେବଳ ସେତିକି ନୁହେଁ ବିନା ପିଏଚଡି ଡିଗ୍ରୀରେ କେହି ମଧ୍ୟ ୟୁନିଭରସିଟିରେ ପାଠ ପଢାଇ ପାରିବେନାହିଁ । ଏହା ସହିତ ଶିକ୍ଷକଙ୍କୁ ଇଂଣ୍ଡକ୍ସନ ପ୍ରୋଗ୍ରାମକୁ ମଧ୍ୟ ପୂରା କରିବାକୁ ପଡିବ ।ଏହାଛଡା ବିିଭିନ୍ନ କାର୍ଯ୍ୟକ୍ରମ ଓ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ପାଇଁ ଅଧ୍ୟାପକ ମାନଙ୍କୁ ଅଧିକ ଦୁଇଘଣ୍ଟା ଦେବାକୁ ପଡ଼ିବ ।

ମାନବ ସମ୍ବଳ ମନ୍ତ୍ରାଳୟର ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଏବେ ସହାୟକ ପ୍ରଫେସର ହେବା ପାଇଁ ସର୍ବନିମ୍ନ ଯୋଗ୍ୟତା ନେଟ ବା ନ୍ୟାସନାଲ ଇଲିଜିବଲ ଟେଷ୍ଟ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବାକୁ ପଡୁଥିଲା । କିନ୍ତୁ ଏବେ ଏହି ନିୟମକୁ ବଦାଳାଇବା ପାଇଁ ଚେଷ୍ଟା ଜାରି ରହିଛି । ସେ ଏହା ମଧ୍ୟ କହିଛନ୍ତି ପିଏଚଡିକୁ ଛାଡି ଶିକ୍ଷକ ହେବା ପାଇଁ ଇଛୁକ ପାତ୍ର ମାନଙ୍କୁ ନେଟ ପରୀକ୍ଷା କିମ୍ବା ଅଧ୍ୟାପକ ପାଇ ହେଉଥିବା ରାଜ୍ୟ ସ୍ତରୀୟ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବାକୁ ପଡିବ ।

ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପାଇଁ ୟୁଜିସି ଖୁବଶୀଘ୍ର ସର୍ବନିମ୍ନ ଯୋଗ୍ୟତା ସ୍ଥିର କରିବାକୁ ଯାଉଛି । ୟୁଜିସିର କହିବା ଅନୁସାରେ ଶିକ୍ଷକ ଏବଂ ପ୍ରଫେସରଙ୍କ ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ଥିର କରାଗଲେ ଶିକ୍ଷାସ୍ତରରେ ସୁଧାର ଆସି ପାରିବ । ଏହା ସହିତ ଜୁଲାଇ ୧ , ୨୦୨୧ ପର ଠାରୁ ଆସୋସିଏଟ ପ୍ରୋଫେସରରୁ ପ୍ରମୋସନ ପାଇବାକୁ ହେଲେ ପିଏଚଡି ଡିଗ୍ରୀ ମଧ୍ୟ ଆବଶ୍ୟକ ପଡିବ । ତେବେ ୨୦୦୯ରୁ ପିଏଚଡି କରିଥିବା ଶିକ୍ଷକ ମାନଙ୍କ ପାଇଁ ନେଟ ପରିକ୍ଷାର ଆବଶ୍ୟକତା ନାହିଁ । କିନ୍ତୁ ପିଏଚଡି ଡିଗ୍ରୀ ପାଇନଥିବା ବ୍ୟକ୍ତି ମାନଙ୍କ ପାଇଁ ନେଟ ପାସ କରିବା ଆବଶ୍ୟକ ଅଟେ । ତେବେ ସରକାର ଉଚ୍ଚ ଶିକ୍ଷାରେ ସୁଧାର ଆଣିବା ପାଇଁ ଅନ୍ୟ କେତେକ ପଦକ୍ଷେପ ମଧ୍ୟ ଉଠାଇବାକୁ ଯାଉଛନ୍ତି ବୋଲି ଜଣାପଡ଼ିଛି ।