ଏଣିକି ଘର ଭଡା ନେବାକୁ ହେଲେ ଦେବାକୁ ପଡିବ ଆଧାରକାର୍ଡ ! ସେପଟେ ଟ୍ରେନରେ ଯାତ୍ରା କରିବା ପାଇଁ ଆଧାରକାର୍ଡ ହେଲା ବାଧ୍ୟତାମୂଳକ ।

32

ଆପଣ ଆପଣଙ୍କ ଆଧାରକାର୍ଡ କରିସାରିଛନ୍ତି ତ । ଯଦି ନାଁ ତେବେ ତୁରନ୍ତ ଏଥିପାଇଁ ଆବେଦନ କରନ୍ତୁ ଏବଂ ନିଜ ଆଧାର ବନାଇ ନିଅନ୍ତୁ । ନହେଲେ ରେଳଯାତ୍ରା କରିବା ସମୟରେ ଆପଣଙ୍କୁ ହଇରାଣ ହେବାକୁ ପଡିପାରେ । ସରକାରୀ କାମକାର୍ଯ୍ୟ ପାଇଁ ଆଧାରକାର୍ଡକୁ କେତେକ ସ୍ଥାନରେ ବାଧ୍ୟତାମୂଳକ କରାଯାଇଛି । ଏହି କ୍ରମରେ ଏବେ ରେଳବାଇ ମଧ୍ୟ ରେଳ ଆରକ୍ଷଣ ପାଇଁ ଆଧାରକାର୍ଡକୁ ବାଧ୍ୟତାମୂଳକ କରିଛି ।

ଅମ୍ବାଲା ଉତ୍ତର ରେଳବାଇ ପକ୍ଷରୁୁ ଟ୍ରେନରେ ଟିକେଟ ବୁକ କରିବା ପାଇଁ ଭରାଯାଉଥିବା ଫର୍ମରେ ଏବଂ ସଂଶୋଧନ କରାଯାଇଛି । ଏବେ ଆରକ୍ଷଣ କେନ୍ଦ୍ରରେ ଟିକେଟ ନେବା ସମୟରେ ଆପଣଙ୍କୁ ଆରକ୍ଷଣ ଫର୍ମରେ ଆପଣଙ୍କର ଆଧାରକାର୍ଡ ନମ୍ବର ଦେବାକୁ ପଡିବ । ଏଥିପାଇଁ ଫର୍ମରେ ଅଲଗା କଲମ ପ୍ରସ୍ତୁତ କରାଯାଇଛି । ରେଳବାଇ ପକ୍ଷରୁ ଏପରି କରାଯିବାର କାରଣ ହେଉଛି ଯେପରି ଯାତ୍ରୀମାନେ ଟିକେଟ ବୁକ କରିବା ସମୟରେ କୌଣସି ପ୍ରକାର ଅସୁବିଧାର ସାମ୍ନା ନକରନ୍ତି । ଏହା ସହ ନୂଆ ଫର୍ମରେ ଯାତ୍ରୀମାନଙ୍କ ପାଇଁ ଚିକିତ୍ସିତ ଅପସନ ମଧ୍ୟ ଦିଆଯାଇଛି । ଯାତ୍ରୀଙ୍କୁ ଏହି କଲମରେ ଟିକ୍ କରିବାକୁ ହେବ ଯଦି ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଅଛି । ତେବେ ଗର୍ଭବତୀ ମହିଳାମାନଙ୍କ ପାଇଁ ଅଲଗା କଲମ କରାଯାଇଛି । କଲମରେ ଟିକ୍ କଲେ କମ୍ପ୍ୟଟରକୃତ ଆରକ୍ଷଣ ପ୍ରଣାଳୀ ଗର୍ଭବତୀ ମହିଳା ମାନଙ୍କ ପାଇଁ ତଳ ସିଟ୍ ବୁକ କରିଦେବ ।

ତେବେ ସୂଚନା ଅନୁଯାୟୀ, ବ୍ୟାଙ୍କ ଖାତା, ମୋବାଇଲ ନମ୍ବରକୁ ଆଧାର ଲିଙ୍କ କରିବା ସମେତ ଏବେ ଭଡାରେ ଘର ନେବା ପାଇଁ ମଧ୍ୟ ଆପଣଙ୍କୁ ଆଧାରକାର୍ଡ ଦେବାକୁ ପଡିବ । ଯଦି ଆପଣଙ୍କୁ ଭଡାରେ ଘର ନେବାକୁ ଅଛି ତେବେ ପରିବାରର ପତ୍ୟେକ ସଦସ୍ୟଙ୍କର ଆଧାରକାର୍ଡ ଆପଣଙ୍କୁ ଜମା କରିବାକୁ ପଡିବ । ଫେଡେରେସନ ଅଫ ଆପାର୍ଟମେଣ୍ଟ ଓନର ଆସୋସିଏସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।