ରାଜ୍ୟସଭାରେ ପ୍ରଥମ ଥର ପାଇଁ ବିଜେପି ସବୁଠାରୁ ବଡ଼ ପାର୍ଟି ! କଂଗ୍ରେସ ପହଞ୍ଚିଲା ଦ୍ୱିତୀୟ ସ୍ଥାନରେ

58

ପ୍ରଥମ ଥର ପାଇଁ ଶାସକ ବିଜେପି ଦଳ ରାଜ୍ୟସଭାରେ ବଡ଼ ଦଳ ସାବ୍ୟସ୍ତ ହୋଇଛି । ଯାହା ଦ୍ୱାରା ଏନଡ଼ିଏକୁ ରାଜ୍ୟସଭାର ପ୍ରମୁଖ ନିୟମ ଅନୁସାରେ ଆଗକୁ ବଢ଼ିବାର ସୁଯୋଗ ମିଳିବ । ଏହା ବ୍ୟତୀତ ଭାରତର ପୁରୁଣା ଦଳ କଂଗ୍ରେସ ରାଜ୍ୟସଭାର ଦ୍ୱିତୀୟ ସ୍ଥାନରେ ରହିଛି । ମଧ୍ୟପ୍ରଦେଶ ଆଦିବାସୀ ନେତା ସମ୍ପାଥିୟା ଉକ୍କୀ ରାଜ୍ୟସଭା ସଦସ୍ୟ ରୂପେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି । ସେ ରାଜ୍ୟସଭାର ୫୮ ନମ୍ବର ସଦସ୍ୟ ହୋଇଛନ୍ତି । ଯାହାଦ୍ୱାରା ବିଜେପି, କଂଗ୍ରେସ ଠାରୁ ମାତ୍ର ଗୋଟିଏ ସଂଖ୍ୟାରେ ଆଗୁଆ ରହିଛିି ।

୨୧୦୪ରେ ବିଜେପି ଲୋକସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରି ଶାସନ ଦଳ ରୂପେ ଅବତ୍ତୀର୍ଣ୍ଣ ହୋଇଥିଲା । ୨୦୧୪ରେ ଲୋକସଭାରେ ଦଳର ସଫଳତା ପରେ ଭାଜପା ନିଜ ଦଳ କିମ୍ବା ଅନ୍ୟ ଦଳ ସହ ମେଂଟ କରି ୧୮ ଟି ରାଜ୍ୟରେ ଶାସନରେ ରହିଛି । ଅନ୍ୟପଟେ କଂଗ୍ରେସ ଦେଶର ୨୯ ଟି ରାଜ୍ୟରୁ ମାତ୍ର ୬ଟି ରାଜ୍ୟରେ ଶାସନରେ ରହିଛି ।

ତଦ୍ ବ୍ୟତୀତ ଅଟଳ ବିହାରି ବାଜପେୟୀଙ୍କ ସମୟରେ ବିଜେପି ସରକାର ରାଜ୍ୟସଭାରେ ମାତ୍ର ୫୦ ଟି ହାସଲ କରିପାରିଥିଲା । ୨୪୫ ମେମ୍ବର ଥିବା ରାଜ୍ୟସଭାରେ ବିଜେପି ଏବେ ବି ସଂଖ୍ୟା ଗରିଷ୍ଠତା ହାସଲ କରିପାରିନାହିଁ । ୨୦୧୮ ବେଳକୁ ବିଜେପି ସହଯୋଗୀ ଦଳ ସାହାଯ୍ୟରେ ସଂଖ୍ୟାଗରିଷ୍ଠତା ହାସଲ କରିପାରେ ବୋଲି ଅନୁମାନ କରାଯାଉଛି ।

ଆସନ୍ତା ବର୍ଷ ୫୭ ଟି ରାଜ୍ୟସଭା ସିଟ ଖାଲି ରହିବ । ଉତ୍ତର ପ୍ରଦେଶରୁ ୧୦ ଟି ସିଟ ଖାଲି ହେଉଛି , ସେଥିରୁ ୯ ଟି ହାସଲ କିରବା ପାଇଁ ବିଜେପି ଆଶା କରିଛି । ଏହାଦ୍ୱାରା ଅନ୍ୟ ରାଜ୍ୟରେ ଯେପରି ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାର ଓ ହରିୟାନାରେ ବିଜେପି ଶାସନରେ ଅଛି ଏହା ତାଙ୍କ ଦଳକୁ ସଂଖ୍ୟା ଗରିଷ୍ଠତା ଦେବା ପାଇଁ ସାହାଯ୍ୟ କରିବ । ବର୍ତ୍ତମାନ କାଳରେ ରାଜ୍ୟସଭାରେ ମୋଦି ସରକାର ବହୁମତ ହାସଲ କରିନପାରନ୍ତି , କିନ୍ତୁ ବିପକ୍ଷ ଦଳକୁ ହରାଇବା ପାଇଁ ବିଜେପି ପାଖରେ ଯଥେଷ୍ଟ ସଂଖ୍ୟା ରହିଛି । କାରଣ ନିକଟରେ ନୀତିତଙ୍କ ସହ ଥିବା ପୁରୁଣା ମେଂଟ ତାଙ୍କୁ ଭବିଷ୍ରତରେ ସାହାଯ୍ୟ କରିବ ନିଶ୍ଚୟ ।