ରେନସମବେୟର ଭାଇରସକୁ ନେଇ ଏବେ ଚିନ୍ତାରେ ସାରା ବିଶ୍ୱ !

44

କନକ ବ୍ୟୁରୋ : ରେନସମବେୟର ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ । ୟୁରୋପ ସମେତ ବିଶ୍ୱର କିଛି ଦେଶର ସାଇବର ଆଟାକ ହୋଇଛି । ଖବର ଅନୁସାରେ, ୟୁରୋପ, ଆମେରିକା, ଚୀନ ଓ ଋଷର କିଛି ସ୍ଥାନରେ କମ୍ପ୍ୟୁଟର କାମ କରିବା ବନ୍ଦ କରିଦେଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚା ଜୋରଦାର ହେଉଛି ।

ଅଜଣା ଇଂଟରନେଟ ଲିଙ୍କକୁ କ୍ଲିନ କରିବାକୁ କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଡିଜି ବିଜୟ ଶର୍ମା ସୂଚନା ଜାରି କରିଛନ୍ତି । କ୍ରାଇମବ୍ରାଂଚ କହିବା ଅନୁସାରେ ଗାଇଡ ଲାଇନ ମଧ୍ୟରେ କାମ କଲେ କୌଣସି ଅସୁବିଧା ହେବ ନାହିଁ । ଇଂଟରନେଟ୍ ବ୍ୟବହାର ବେଳେ ସତର୍କ ରହିବାକୁ କୁହାଯାଇଛି । ଏନେଇ ଆତଙ୍କିତ ନହେବାକୁ କ୍ରାଇମ ବ୍ରାଂଚ ପକ୍ଷରୁ କୁହାଯାଇଛି ।

ସେସିଆଲ ମିଡିଆରେ ଏଟିଏମ ବ୍ୟବହାର ନକରିବାକୁ ଏବଂ ବ୍ୟାଙ୍କ ୩ ଦିନ ଧରି ବନ୍ଦ ହେବା ନେଇ ମେସେଜ୍ ଭାଇରାଲ ହେଉଛି । ଏହା ପଛରେ କୌଣସି ସତ୍ୟତା ନଥିବା କୁହାଯାଉଛି । ଭାଇରସ ଆଟାକ୍ ସମ୍ଭାବନା ଥିବାରୁ ବ୍ୟାଙ୍କଗୁଡିକର ଏଟିଏମ ସିଷ୍ଟମକୁ ଅପଗ୍ରେଡ କରିବାକୁ ଆରବିଆଇ ପରାମର୍ଶ ଦେଇଛି । ସାଇବର ସିକ୍ୟୁରିଟିକୁ ଗୁରୁତ୍ୱ ଦେଇ ସମସ୍ତ ବ୍ୟାଙ୍କ ଏହି କାମ ତୁରନ୍ତ କରିବା ପାଇଁ ଆରବିଆଇ ପକ୍ଷରୁ ପରାମର୍ଶ ଦିଆଯାଇଛି ।