ଏଣିକି ଓଡିଆରେ ପିଏଚଡି କଲେ ଦେୟ ଦେବେନାହିଁ ଛାତ୍ରଛାତ୍ରୀ ।  ଫକିର ମୋହନଙ୍କ ୧୭୫ତମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା 

81

କନକ ବ୍ୟୁରୋ : ବ୍ୟାସକବି ଫକିର ମୋହନ ସେନାପତିଙ୍କ ୧୭୫ତମ ଜନ୍ମ ଜୟନ୍ତୀରେ ସରକାରଙ୍କ ଘୋଷଣା । ଏଣିକି ଓଡିଆରେ ପିଏଚଡି କଲେ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବ ନାହିଁ ଦେୟ । ଏଥିପାଇଁ ଯୋଗ୍ୟ ଛାତ୍ରଛାତ୍ରୀମାନେ ଫକିରମୋହନ ସେନାପତି ଛାତ୍ରବୃତି ପୋର୍ଟାଲରେ ଆବେଦନ କରିପାରିବେ । ଏଥିସହ ଓଡିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଛାତ୍ରବୃତି ଘୋଷଣା ହୋଇଛି ।

ଆଗାମୀ ଶିକ୍ଷା ବର୍ଷରୁ ଯୁକ୍ତ ୨ ଓ ଯୁକ୍ତ ୩ରେ ଓଡିଆରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ୨୦ ହାଜାର ଟଙ୍କା ଲେଖାଏ ଛାତ୍ରବୃତି ପ୍ରଦାନ କରାଯିବ ।  ଓଡିଆ ଭାଷାର ବିକାଶ ଓ ପ୍ରୋତ୍ସାହନ କରୁଥିବା ସଂଗଠନଗୁଡିକ ପାଇଁ ଫକିର ମୋହନ ଓଡିଆ ଭାଷା ସମ୍ମାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣି, ସଂସ୍କୃତିମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।