ପଡ଼ିଆରେ ନୁହେଁ ରାଜନୀତି ମୈଦାନରେ ହକି ପାଇଁ ଲଢ଼େଇ : ଜାତୀୟ ଖେଳର ମର୍ଯ୍ୟାଦା ଦେବା ପ୍ରସଙ୍ଗରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ,କହିଲେ ହକିକୁ ଭଲପାଇବା ପାଇଁ ଆବଶ୍ୟକ ନାହିଁ ମାନ୍ୟତା

39

କନକ ବ୍ୟୁରୋ : ହକିକୁ ଜାତୀୟ ଖେଳଭାବେ ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ପରେ ଆଜି କେନ୍ଦ୍ର କ୍ରୀଡାମନ୍ତ୍ରୀ ଜବାବ ରଖିଛନ୍ତି । ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି, ହକିକୁ ଭଲପାଇବା ପାଇଁ ଏହାକୁ ସରକାରୀ ଭାବେ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ । କେନ୍ଦ୍ରମନ୍ତ୍ରୀଙ୍କ ଏହି ପ୍ରତିକ୍ରିୟା ପରେ ଏହି ପ୍ରସଙ୍ଗ ବିବାଦ ମୁହାଁ ହୋଇଛି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ହକିକୁ ଜାତୀୟ ଖେଳ ଭାବେ ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।

-NABIN-PATNAIAK
image courtesy-http://orissadiary.com

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ପରେ ଆଜି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି ସେ ଏନେଇ ମୋଦିଙ୍କ ସହ ଆଲୋଚନା କରିବେ ।

ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏଭଳି ଦାବି ଉଠାଇବା ପରେ ପ୍ରତିକ୍ରିୟା ପ୍ରକାଶ ରଖିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର । ସେ କହିଛନ୍ତି କ୍ରୀଡ଼ାକୁ ଭଲପାଇବା ପାଇଁ ଆମେ ସରକାରୀ ଘୋଷଣାନାମା ଆବଶ୍ୟକ କରୁନାହିଁ । ଏହା ଏବେ ଆମର ଜାତୀୟ ଖେଳ । ତେଣୁ ଏହାକୁ ଭଲ ପାଇବା ଆରମ୍ଭ କରିବା ଦରକାର । ସୁବିଧା ସୁଯୋଗ ପାଉଥିବା କ୍ରୀଡ଼ା ମଧ୍ୟରେ ହକି ଅନ୍ୟତମ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ କେନ୍ଦ୍ରକ୍ରୀଡ଼ା ମନ୍ତ୍ରୀଙ୍କ ପ୍ରତିକ୍ରିୟା ଘଟଣାକୁ ବିବାଦୀୟ କରିଦେଇଛି । ଗୋଟିଏ ପଟେ ନବୀନ କରୁଛନ୍ତି ଏହାକୁ ଜାତୀୟ ଖେଳ ରୂପେ ଘୋଷଣା କଲେ ଖେଳାଳିଙ୍କୁ ଉଚିତ ସମ୍ମାନ ମିିଳିବ ଏବଂ ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ କହୁଛନ୍ତି ସେଭଳି ଘୋଷଣାନାମାରେ ଆବଶ୍ୟକତା ନାହିଁ ।

ଆସନ୍ତା ନଭେମ୍ବର ମାସରୁ ଭୁବନେଶ୍ୱରରେ ବିଶ୍ୱକପ୍ ହକି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ଏବଂ ଭାରତୀୟ ହକି ଦଳକୁ ପ୍ରଥମ ଥର ପାଇଁ ଏକ ରାଜ୍ୟ ସରକାର ୫ ବର୍ଷ ପାଇ ପ୍ରାୟୋଜିତ କରିଛନ୍ତି ।