ସ୍ପାଇଡରମ୍ୟାନ୍ ଭଳି ଛାତରେ ଲଟକିଲେ ଶାହରୁଖ୍ ଖାନ୍ !

26

ବଲିଉଡ୍ ଫିଲ୍ମ ‘ସ୍ପାଇଡରମ୍ୟାନ୍ : ହୋମକମିଙ୍ଗ୍’ ନିକଟରେ ରିଲିଜ ହୋଇଛି ଏବଂ ଦର୍ଶକ ମଧ୍ୟ ଏହାକୁ ପସନ୍ଦ କରିଛନ୍ତି । ବଲିଉଡର ବାଦଶାହା ଶାହରୁଖ ମଧ୍ୟ ଏହି ଫିଲ୍ମର ଦିୱାନା ହୋଇଯାଇଛନ୍ତି । ସେ ନିଜେ ସ୍ପାଇଡରମ୍ୟାନ ଭଳି ଷ୍ଟଣ୍ଟ କରିବାର ନଜର ଆସିଛନ୍ତି ।

ଶାହରୁଖ ଏବେ ନିଜ ଫିଲ୍ମ ‘ଜବ୍ ହାରି ମେଟ୍ ସେଜଲ୍ ’ ର ପ୍ରମୋସନରେ ବ୍ୟସ୍ତ । ଏଥିନେଇ ସେ ଅଲଗା ଅଲଗା ସହରକୁ ଯାଇ ନିଜର ପ୍ରଶଂସକଙ୍କୁ ଭେଟୁଛନ୍ତି । ଏହି ସମୟରେ ନିର୍ଦ୍ଦେଶକ ଇମତିଆଜ ଅଲୀ ନିଜର ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଶାହରୁଖ ସ୍ପାଇଡରମ୍ୟାନ୍ ଭଳି ଛାତରେ  ଲଟକି ରହିଥିବାର ନଜର ଆସୁଛନ୍ତି । ସ୍ପାଇଡରମ୍ୟାନ ଭଳି ଶାହରୁଖଙ୍କ ଏଭଳି ଷ୍ଟଣ୍ଟ ଖୁବ୍ ଉତ୍ସାହ ପ୍ରଶଂସକଙ୍କୁ ଦେଇଛି ।