ସାରା ଅଲୀ ଖାନ୍ ଲୁଚାଇଲେ ଡେବ୍ୟୁ ଫିଲ୍ମର ନିଜ ନୂଆ ଲୁକ୍ !

19

sara-ଯେବେଠାରୁ ସାରା ଅଲୀ ଖାନଙ୍କର ବଲିଉଡରେ ଡେବ୍ୟୁ କରିବାର ଖବର ଆସିଛି । ସେବେଠାରୁ ଫଟୋଗ୍ରାଫର ତାଙ୍କ ପଛରେ ପଡିଯାଇଛନ୍ତି । ନିକଟରେ ଏହି ନୂଆ ଷ୍ଟାରଙ୍କ କିଛି ଫଟୋ ଫଟୋଗ୍ରାଫରଙ୍କ ହାତରେ ଲାଗିଛି । କିନ୍ତୁ ମାମଲା କିଛି ଅଲଗା ।

ସାରା, ଅଭିଷେକ୍ କପୁରଙ୍କ ଫିଲ୍ମ ‘କେଦାରନାଥ’ରୁ ନିଜର ବଲିଉଡ୍ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । କିଛିଦିନ ତଳେ ସାରା ମୁମ୍ବାଇର ଏକ ପ୍ରସିଦ୍ଧ ସେଲୁନ୍ ରୁ ବାହାରୁ ଥିବାର ନଜର ଆସିଥିଲେ । କିନ୍ତୁ ସେ ନିଜର ମୁଣ୍ଡକୁ ଦୁପଟାରେ ଘୋଡାଇ ହୋଇଥିଲେ । ତାଙ୍କର ଏହି ଝଲକକୁ ଦେଖି ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ସାରା ନିଜର ନୂଆ ଲୁକ୍ କୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ନିଜର ଡେବ୍ୟୁ ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ୍ ଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ସାରା । ବହୁତ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି ।

ଏହାସହ ମଧ୍ୟ ପଢନ୍ତୁ – ଅକ୍ଷୟଙ୍କ ନୂଆ ଚେହେରା ! ଆଗାମୀ ଫିଲ୍ମ ‘ଗୋଲ୍ଡ’ରେ ଆସିବେ ନଜର