ସୁସ୍ଥ ହୃଦୟ ଚାହାଁନ୍ତି କି ? ସୁସ୍ଥ ରଖିବା ପାଇଁ ନିୟମିତ କରନ୍ତୁ ଶାରୀରିକ ବ୍ୟାୟାମ

ଏରୋବିକ୍ ବ୍ୟାୟାମ, ଦୌଡ଼, ଦ୍ରୁତଗତିରେ ଚାଲିବା ଅଧିକ ଉପକାରୀ।

147

ନିୟମିତ ଶାରୀରିକ ବ୍ୟାୟାମ ହୃତପିଣ୍ତକୁ ସୁସ୍ଥ ରଖିବାର ସବୁଠୁ ଭଲ ଉପାୟ। ଏପରିକି ହୃଦ୍ ରୋଗର ବ˚ଶଗତ ଇତିହାସ ଥିଲେ ମଧ୍ୟ ବ୍ୟାୟାମ ଦ୍ୱାରା ସେଥିରେ ଉନ୍ନତି ଘଟୁଥିବା ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ-ଗବେଷକମାନେ ଚାଳିଶରୁ ସତୁରି ବର୍ଷ ବୟସ୍କ ପ୍ରାୟ ଚାରି ଲକ୍ଷ ପୁରୁଷ-ମହିଳାଙ୍କୁ ଅଧ୍ୟୟନ କରି ଏ ବାବଦରେ ନିଶ୍ଚିତ ହୋଇଛନ୍ତି।

ନିୟମିତ ବ୍ୟାୟାମ କରୁଥିବା ବ˚ଶଗତ ହୃଦ୍ ରୋଗୀଙ୍କ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ହୃଦ୍ ଧମନି ରୋଗ ୩୬% ଓ ଅନିୟମିତ ହୃଦସ୍ପନ୍ଦନ ଆଶଙ୍କା ୪୬% କମୁଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ଏରୋବିକ୍ ବ୍ୟାୟାମ, ଦୌଡ଼, ଦ୍ରୁତଗତିରେ ଚାଲିବା ଅଧିକ ଉପକାରୀ। ଏହା ଦ୍ୱାରା ନିଃଶ୍ୱାସ-ପ୍ରଶ୍ୱାସର ବେଗ ପ୍ରଖର ହୁଏ। ଶାରୀରିକ ଭାବେ ସକ୍ରିୟ ରହନ୍ତୁ, ହୃଦରୋଗରେ ପଡ଼ିବେ ନାହିଁ।