ଜୁଲାଇ ପହିଲାରେ ଲାଗୁ ହେବ ଜିଏସଟି : ବଢ଼ିବ ଟ୍ରେନ୍‌ର ଏସି, ପ୍ରଥମ ଶ୍ରେଣୀ ଭଡ଼ା

47

କନକ ବ୍ୟୁରୋ : ଜୁଲାଇ ପହିଲାରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ଲାଗୁ ହେବା ପରେ ଟ୍ରେନ୍‌ର ଏସି ଏବଂ ପ୍ରଥମ ଶ୍ରେଣୀ ଟିକଟ ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇବ। ଜିଲସ୍‌ଟି ଲାଗୁ ହେବା ପରେ ଟ୍ରେନ୍‌ ଟିକସ ଉପରେ ସେବା କର ୫%କୁ ବୃଦ୍ଧି ପାଇବ ଯାହା ଏବେ ୪.୫% ରହିଛି । ସେବା କରରେ ହେବାକୁ ଥିବା ବୃଦ୍ଧି ଯୋଗୁଁ ଭଡ଼ା ସାମାନ୍ୟ ବୃଦ୍ଧି ପାଇବ । ଏବେ ଟ୍ରେନ୍‌ର ଏସି ଏବଂ ପ୍ରଥମ ଶ୍ରେଣୀ ଟିକଟ ଉପରେ ସେବା କର ଲାଗୁ କରାଯାଇଛି । ଏବେ ଯେଉଁ ଟିକଟର ମୂଲ୍ୟ ୨୦୦୦ ଟଙ୍କା ରହିଛି ଜୁଲାଇ ପହିଲାଠାରୁ ତାହା ୨୦୧୦ ଟଙ୍କା ହୋଇଯିବ ।

ଜିଏସ୍‌ଟିକୁ ସୁବିଧାରେ ଏବଂ ସହଜରେ ଆପଣେଇବା ପାଇଁ ରେଳବାଇ ପକ୍ଷରୁ ପ୍ରତି ରାଜ୍ୟରେ ନୋଡାଲ୍‌ ଅଫିସର ନିଯୁକ୍ତ କରାଯାଇଛି । ଭାରତୀୟ ରେଳ ଉପରେ ଜିଏସ୍‌ଟିର କ’ଣ ପ୍ରଭାବ ରହିବ ତାହା ଆକଳନ କରିବା ପାଇଁ କନସଲଟାଣ୍ଟ୍‌ ମୂତୟନ କରାଯାଇଛି । ଯେହେତୁ ପର୍ମାନେଣ୍ଟ ଆକାଉଣ୍ଟ୍‌ ନମ୍ବର (ପାନ୍‌) ଜରିଆରେ ଜିଏସ୍‌ଟି ପଞ୍ଜୀକରଣ କରାଯାଉଛି, ସେଥିପାଇଁ ରେଳବାଇ ନିଜର ପାନ୍‌ ହାସଲ କରିଛି। ରେଳବାଇ ଯେଭଳି ଜିଏସ୍‌ଟି ନିୟମ ପାଳନ କରିବ ସେଥିପାଇଁ ପ୍ରତି ଜୋନ୍‌ର ପ୍ରବନ୍ଧକଙ୍କୁ ପ୍ରମୁଖ ଅଧିକାରୀ ଦାୟିତ୍ୱ ପ୍ରଦାନ କରାଯାଇଛି। ଯାତ୍ରୀ ଏବଂ ମାଲ୍‌ ପରିବହନ କ୍ଷେତ୍ରରେ ଜିଏସ୍‌ଟି ପାଇଁ ଦରକାର ହେଉଥିବା ସୂଚନା ପ୍ରଯୁକ୍ତି ଏବଂ ସପ୍ଟଓୟାର ପରିବର୍ତନ କାର୍ଯ୍ୟ ସେଣ୍ଟର୍‌ ଫର ରେଲୱେ ଇନ୍‌ଫର୍ମେସନ୍‌ ସିଷ୍ଟମ୍‌ କରୁଛି।