ଆବେଦନ କରିବା ମାତ୍ରେ ଏଣିକି ଆଉ ମିଳିବନି ନୂଆ ସିମ୍ କାର୍ଡ ! ଅନେକ ଦିନ ଧରି କରିବାକୁ ହେବ ଅପେକ୍ଷା ।

34

ନିକଟରେ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି ଯେ, ମୋବାଇଲ ନମ୍ବର କିମ୍ବା ନୂଆ ସିମ୍ କାର୍ଡ ନେବା ପାଇଁ ଏଣିକି ଆଉ ଆଧାରକାର୍ଡର ଆବଶ୍ୟକତା ରହିବ ନାହିଁ । ଅର୍ଥାତ ଆପଣ ଅନ୍ୟ କୌଣସି ଡକ୍ୟୁମେଣ୍ଟ ଜରିଆରେ ନୂଆ ମୋବାଇଲ୍ ନମ୍ବର ନେଇପାରିବେ । କିନ୍ତୁ ଏଣିକି ମୋବାଇଲ୍ ନମ୍ବର ନେବା ଏତେ ସହଜ ହେବ ନାହିଁ । ଏବଂ ଆପଣଙ୍କୁ ନୂଆ ସିମ୍ ନେବା ପାଇଁ ଅନେକ ସମୟ ମଧ୍ୟ ଲାଗିବ । ତେବେ ଜାଣନ୍ତୁ ନୂଆ ସିମ୍ ନେବା ସମୟରେ ଆପଣଙ୍କୁ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ।

ସୁପ୍ରିମକୋର୍ଟର ନିଷ୍ପତ୍ତି ପରେ ଏବେ ଟେଲିକମ୍ କମ୍ପାନୀ ଗୁଡିକ କଷ୍ଟମର୍ସଙ୍କ ଠାରୁ କେୱାଇସି ଭେରିଫିକେସନ୍ ପାଇଁ ଆଧାର କାର୍ଡ ନେଇପାରିବେ ନାହିଁ । ଆଉ ଏଥିପାଇଁ ନୂଆ ସିମ୍ ନେବାକୁ ହେଲେ ଆପଣଙ୍କୁ ଲମ୍ବା ସମୟ ପାଇଁ ଅପେକ୍ଷା କରିବାକୁ ହେବ । ପୂର୍ବରୁ ଯେଉଁଠି ଆଧାର ଜରିଆରେ ଆପଣ ମାତ୍ର ୩୦ ମିନିଟରେ ନୂଆ ସିମ୍ ପାଇପାରୁଥିଲେ ଏବେ ସେଥିପାଇଁ ଆପଣଙ୍କୁ ୫ ରୁ ୬ ଦିନ ସମୟ ଲାଗିବ ।

ଆଧାରକାର୍ଡର ଆବଶ୍ୟକତା ଶେଷ ହେବା ପରେ ଟେଲିକମ୍ କମ୍ପାନୀ ଗୁଡିକୁ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଫିଜିକାଲ୍ ଭେରିଫିକେସନ୍ କରିବାକୁ ହେବ । ଯେକୌଣସି ଲୋକ ନୂଆ ସିମ୍ ପାଇଁ ଆବେଦନ କଲେ, ସେହି ଗ୍ରାହକଙ୍କ ଠିକଣାକୁ ଯାଇ ଆବେଦନ ପତ୍ର ନେବା ପାଇଁ ହେବ । ସେଥିରେ ଗ୍ରାହକଙ୍କର ଦସ୍ତଖତ ନେବା ପାଇଁ ହେବ । ଏହା ପରେ ଡକ୍ୟୁମେଣ୍ଟ ଗୁଡିକୁ ଭେରିଫିକେସନ୍ ସେଣ୍ଟରକୁ ପଠାଯିବ । ଏହା ପରେ ନମ୍ବର ଚାଲୁ ହୋଇପାରେ ।